ସିକୁଏଲରେ କରିବେ ଧମାଲ
ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଲୋକପ୍ରିୟ ଓଟିଟି ସିରିଜ୍ ‘କଲ୍ ମି ବେ’ ର ଦ୍ୱିତୀୟ ସିଜନ୍କୁ ନେଇ ଏବେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏଥିରେ ଅନନ୍ୟାଙ୍କ ସହ ଅଭିନେତ୍ରୀ ଶ୍ରୁତି ହାସନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ବୋଲି ଜଣା ପଡିଛି । ୨୦୨୪ରେ ଆସିଥିବା ଏହି କମେଡି-ଡ୍ରାମାର ପ୍ରଥମ ସିଜନ୍ରେ ବେଲା ଚୌଧୁରୀ ଭୂମିକାରେ ଅନନ୍ୟାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ବର୍ତ୍ତମାନ ଶ୍ରୁତିଙ୍କ ଏଣ୍ଟ୍ରି କାହାଣୀରେ ଆହୁରି ରୋମାଞ୍ଚ ଭରିବ ବୋଲି ଆଶା କରାଯାଉଛି । କରଣ ଜୋହରଙ୍କ ପ୍ରଯୋଜିତ ଏହି ସିରିଜ୍ର ଦ୍ୱିତୀୟ ଭାଗରେ ଖୁବ ୟୁନିକ କାହାଣୀ ଦର୍ଶକ ଦେଖିବାକୁ ପାଇବେ । କୋଲିନ ଡି’କୁନ୍ହାଙ୍କ ନିର୍ଦ୍ଦେଶିତ ଏହି ଶୋ’ରେ ପୂର୍ବ ଭଳି ବୀର ଦାସ, ଗୁରଫତେ ପିରଜାଦା ଏବଂ ବରୁଣ ସୁଦ ପ୍ରମୁଖ ନଜର ଆସିବେ।
Tags:



