ସମାଧାନ କରିବେ ବିବାଦ

ସମାଧାନ କରିବେ ବିବାଦ
Ipsita Picture
By: Ipsita
Published On

 

ଅଭିନେତା ରଣବୀର ସିଂହ ହଠାତ୍ଫିଲ୍ମ 'ଡନ୍୩' ଛାଡ଼ିବା ପରେ ନିର୍ମାତା ଫରହାନ ଅଖତରଙ୍କ ସହ ସୃଷ୍ଟି ହୋଇଥିବା ବିବାଦ ଏବଂ ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ ପକ୍ଷରୁ ରଣବୀରଙ୍କ ବିରୋଧରେ ଜାରି ହୋଇଥିବା ଅସହଯୋଗ ପ୍ରସ୍ତାବକୁ ସମାଧାନ କରିବା ପାଇଁ ଏବେ ସଲମାନ ଖାନ ଆଗକୁ ଆସିଛନ୍ତି । ବଲିଉଡ ହଙ୍ଗାମାର ରିପୋର୍ଟ ଅନୁସାରେ, ଉଭୟଙ୍କ ସହ ଭଲ ସମ୍ପର୍କ ଥିବାରୁ ସଲମାନ ବ୍ୟକ୍ତିଗତ ଭାବେ ଫୋନରେ କଥା ହୋଇ ବିବାଦକୁ ଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭଳି କ୍ରିଏଟିଭ୍ ମତଭେଦ ସାଧାରଣ କଥା ବୋଲି ବୁଝାଇବା ସହ ଭବିଷ୍ୟତରେ ପୁଣି ଏକାଠି କାମ କରିବାକୁ ପରାମର୍ଶ ଦେଇଛନ୍ତି ।  ପ୍ରି-ପ୍ରଡକ୍ସନରେ ବହୁତ ଟଙ୍କା ଖର୍ଚ୍ଚ ହୋଇସାରିଥିବାରୁ ଏକ୍ସେଲ ଏଣ୍ଟରଟେନମେଣ୍ଟ ନଗଦ କ୍ଷତିପୂରଣ ଦାବି କରୁଛି । ରଣବୀରଙ୍କ ଟିମ୍ ଏହାର ବଦଳରେ ଆର୍ଥିକ ସହାୟତାର ଅଫର୍ ଦେଇଥିଲେ, କାରଣ ରଣବୀରଙ୍କ କ୍ୟାରିୟରର ଦୁର୍ବଳ ସମୟରେ ଅନ୍ୟ କଳାକାରଙ୍କୁ ନେଇ ଚର୍ଚ୍ଚା ହେବା ଓ ସ୍କ୍ରିପ୍ଟକୁ ନେଇ ସନ୍ତୁଷ୍ଟ ନଥିବାରୁ ସେ କ୍ଷୁବ୍ଧ ଥିଲେ । ଅନ୍ୟପଟେ, ରଣବୀରଙ୍କ ଉପରେ ଲାଗିଥିବା ଏହି ବ୍ୟାନ୍କୁ ନେଇ ଚଙ୍କି ପାଣ୍ଡେ ଏବଂ ମନୋଜ ବାଜପେୟୀଙ୍କ ଭଳି ବରିଷ୍ଠ କଳାକାରମାନେ ତାଙ୍କ ସମର୍ଥନରେ ବାହାରିଛନ୍ତି । ଯେଉଁଠି ଚଙ୍କି ପାଣ୍ଡେ ନିଜ ଅତୀତର ଅନୁଭୂତି ବାଣ୍ଟି କହିଛନ୍ତି ଯେ ସେ ମଧ୍ୟ ଏଭଳି ବ୍ୟାନ୍ର ଶିକାର ହୋଇଥିଲେ ଏବଂ ପରେ କ୍ଷମା ମାଗିବା ପରେ ଏହା ହଟିଥିଲା । ତେବେ ଏବେ ସଲମାନଙ୍କ ମଧ୍ୟସ୍ଥତା ପରେ ବିବାଦ ଶୀଘ୍ର ସମାଧାନ ହେବାର ଆଶା କରାଯାଉଛି ।

Tags: