ଏକାଠି କରିବେ ସ୍କ୍ରିନ ସେୟାର

ଏକାଠି କରିବେ ସ୍କ୍ରିନ ସେୟାର
Ipsita Picture
By: Ipsita
Published On

 

ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ସିଲମ୍ବରସନ୍ ଟିଆର୍ ଏବଂ 'ଲେଡି ସୁପରଷ୍ଟାର୍' ନୟନତାରା ପୁଣିଥରେ ବଡ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, 'ଡ୍ୟୁଡ୍' ଫିଲ୍ମର ନିର୍ଦ୍ଦେଶକ କୀର୍ତ୍ତିଶ୍ୱରନ୍‌ଙ୍କ ଆଗାମୀ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଏହି ଯୋଡ଼ି ତୃତୀୟ ଥର ପାଇଁ ସ୍କ୍ରିନ୍ ସେୟାର୍ କରିପାରନ୍ତି । ଯେଉଁଥିରେ ସିଲମ୍ବରସନ୍‌ଙ୍କୁ ଜଣେ ପୋଲିସ୍ ଅଫିସର ଭୂମିକାରେ ଦେଖିବାକୁ ମିଳିବାର ସମ୍ଭାବନା ରହିଛି । ତେବେ ଏ ନେଇ ପ୍ରଯୋଜକ କିମ୍ବା ନିର୍ମାତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ହେଲେ ଖବରଟି ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି । ପୂର୍ବରୁ ଏହି ଯୋଡ଼ିଙ୍କୁ ଏସଟିଆର୍‌ଙ୍କ ନିଜ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଥ୍ରୀଲର୍ 'ବଲ୍ଲଭନ୍' ଏବଂ ୨୦୧୬ର ରୋମାଣ୍ଟିକ୍ କମେଡି 'ଇଦୁ ନମ୍ମା ଆଲୁ'ରେ ଏକାଠି ଦେଖିବାକୁ ମିଳିଥିଲା । ଅନ୍ୟପଟେ  ସିଲମ୍ବରସନ୍‌ଙ୍କୁ ନିକଟରେ କମଲ ହାସନ୍‌ଙ୍କ ସହ ମଣିରତ୍ନମ୍‌ଙ୍କ ଚଳଚ୍ଚିତ୍ର 'ଠଗ୍ ଲାଇଫ୍'ରେ ଦେଖିବାକୁ ମିଳିଥିଲା । ସେ ଆଗାମୀ ଦିନରେ ଭେଟ୍ରିମାରନ୍‌ଙ୍କ 'ଅରସନ୍' (୨୦୨୭) ଓ ଅଶ୍ୱଥ ମାରିମୁଥୁଙ୍କ ଏକ ଫାଣ୍ଟାସି ଆକ୍ସନ୍ ଫିଲ୍ମରେ ନଜର ଆସିବେ । ଅନ୍ୟପଟେ ନୟନତାରା, ସଲମାନ୍ ଖାନ୍‌ଙ୍କ ସହ 'ମନ୍‌ଷ୍ଟର' ଏବଂ ରଜନୀକାନ୍ତଙ୍କ 'ଧର୍ମନ୍' ସମେତ ଅନ୍ୟ କେତେକ ବଡ଼ ପ୍ରକଳ୍ପରେ ନଜର ଆସିବେ ।

Tags: