ସତ କ’ଣ !
ଅଭିନେତ୍ରୀ ହିନା ଖାନ୍ ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସା ହେଉଛନ୍ତି । ସେ ଧୀରେଧୀରେ ଏଥିରୁ ସୁସ୍ଥ ହେବା ସହିତ ବର୍ତ୍ତମାନ ଗଣମାଧ୍ୟମ ସାମ୍ନାରେ ନିଜର ମତ ରଖୁଛନ୍ତି । ତେବେ ଏହାରି ଭିତରେ କିନ୍ତୁ ହିନା ନିଜ ରୋଗକୁ ନେଇ ମିଛ କହୁଥିବା ନେଇ ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ରୋଜାଲିନ୍ ଖାନ୍, ଯିଏ ମଧ୍ୟ ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ । ସେ ଏହି ଅଭିଯୋଗ ଆଣିବା ପରେ […]
ଅଭିନେତ୍ରୀ ହିନା ଖାନ୍ ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସା ହେଉଛନ୍ତି । ସେ ଧୀରେଧୀରେ ଏଥିରୁ ସୁସ୍ଥ ହେବା ସହିତ ବର୍ତ୍ତମାନ ଗଣମାଧ୍ୟମ ସାମ୍ନାରେ ନିଜର ମତ ରଖୁଛନ୍ତି । ତେବେ ଏହାରି ଭିତରେ କିନ୍ତୁ ହିନା ନିଜ ରୋଗକୁ ନେଇ ମିଛ କହୁଥିବା ନେଇ ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ରୋଜାଲିନ୍ ଖାନ୍, ଯିଏ ମଧ୍ୟ ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ । ସେ ଏହି ଅଭିଯୋଗ ଆଣିବା ପରେ ତାଙ୍କୁ ଜୀବନରୁ ମାରିବା ପାଇଁ ଧମକ ମିଳୁଥିବା ନେଇ ରୋଜାଲିନ୍ ପ୍ରକାଶ କରିଛନ୍ତି । ତାଙ୍କ ମତରେ ହିନା ଯେଉଁଭଳି ଭାବେ ଲାଇଫ୍ ବିତାଉଛନ୍ତି ତାହା ଜଣେ କ୍ୟାନ୍ସର ରୋଗୀ ପାଇଁ ସମ୍ଭବ ନୁହେଁ । ହିନା ଆରାମରେ ଇଣ୍ଟରନ୍ୟାସନାଲ ହଲିଡେ’ରେ ଯାଉଛନ୍ତି, ଯାହା ଜଣେ କେମୋ ନେଉଥିବା ରୋଗୀ ପକ୍ଷେ ଅସମ୍ଭବ । ତେଣୁ ହିନା କ୍ୟାନ୍ସର ରୋଗ କଥା କେବଳ ଦର୍ଶକଙ୍କ ସହାନୁଭୂତି ପାଇବା ପାଇଁ କହିଛନ୍ତି ବୋଲି ରୋଜାଲିନ୍ ମତ ଦେଇଛନ୍ତି । ଯଦି ହିନା ସତ କହୁଛନ୍ତି ତେବେ ତାଙ୍କର ରିପୋର୍ଟ ଦେଖାନ୍ତୁ ବୋଲି ମଧ୍ୟ ରୋଜାଲିନ ଦାବି କରିଥିଲେ । ତେବେ ଏନେଇ ହିନାଙ୍କର କୌଣସି ଉତ୍ତର ମିଳିନାହିଁ । ରୋଜାଲିନ୍ଙ୍କର ଏଭଳି ଅଭିଯୋଗ ପରେ ଫ୍ୟାନ୍ଙ୍କ ଭିତରେ ସତ ଜାଣିବା ପାଇଁ ଚର୍ଚ୍ଚା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।




