ଭଲ ଲାଗିଲେ ରଣବୀର
‘ଆନିମଲ’ ରିଲିଜ୍ ପରେ ରଣବୀରଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ରଣବୀରଙ୍କ ଅଭିନୟ ସେମାନଙ୍କ କୋ-ଷ୍ଟାରଙ୍କ ଠାରୁ ଆରମ୍ଭ କରି ଦର୍ଶକ ଓ ଅନ୍ୟ ସେଲିବ୍ରିଟି ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ନିକଟରେ ରଣବୀରଙ୍କ ପନିୀ ତଥା ବି ଟାଉନ୍ର ଆଗଧାଡିର ନାୟିକା ଆଲିଆ ଭଟ୍ଟ ତାଙ୍କ ଅଭିନୟ ପାଇଁ ରଣବୀରଙ୍କୁ ପ୍ରଶଂସା କରିଥିଲେ । ସେହିଭଳି ବର୍ତ୍ତମାନ ରଣବୀରଙ୍କର କୋ-ଷ୍ଟାର ତ୍ରିପ୍ତି ଡିମ୍ରି ରଣବୀରଙ୍କ ସହିତ ଆଉଥରେ ଅଭିନୟ କରିବାକୁ ଉତ୍ସୁକ ଥିବା […]
‘ଆନିମଲ’ ରିଲିଜ୍ ପରେ ରଣବୀରଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ରଣବୀରଙ୍କ ଅଭିନୟ ସେମାନଙ୍କ କୋ-ଷ୍ଟାରଙ୍କ ଠାରୁ ଆରମ୍ଭ କରି ଦର୍ଶକ ଓ ଅନ୍ୟ ସେଲିବ୍ରିଟି ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ନିକଟରେ ରଣବୀରଙ୍କ ପନିୀ ତଥା ବି ଟାଉନ୍ର ଆଗଧାଡିର ନାୟିକା ଆଲିଆ ଭଟ୍ଟ ତାଙ୍କ ଅଭିନୟ ପାଇଁ ରଣବୀରଙ୍କୁ ପ୍ରଶଂସା କରିଥିଲେ । ସେହିଭଳି ବର୍ତ୍ତମାନ ରଣବୀରଙ୍କର କୋ-ଷ୍ଟାର ତ୍ରିପ୍ତି ଡିମ୍ରି ରଣବୀରଙ୍କ ସହିତ ଆଉଥରେ ଅଭିନୟ କରିବାକୁ ଉତ୍ସୁକ ଥିବା କଥା ପ୍ରକାଶ କରିଛନ୍ତି । ରଣବୀରଙ୍କ ଅଭିନୟ ତାଙ୍କୁ ଖୁବ୍ ପସନ୍ଦ ଆସିଛି,ତେଣୁ ଯଦି ଆଉଥରେ ଚାନ୍ସ ମିଳେ ତେବେ ସେ ତାଙ୍କ ସହିତ ସ୍କ୍ରିନ୍ ସେୟାର କରିବାକୁ ପସନ୍ଦ କରିବେ ବୋଲି ତ୍ରିପ୍ତି ତାଙ୍କ ମତରେ କହିଛନ୍ତି । ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ତ୍ରିପ୍ତିଙ୍କୁ ଆନିମଲ ପୂର୍ବରୁ ଅନେକ ପ୍ରୋଜେକଫରେ ଦେଖିବାକୁ ମିଳିଛି । ସେହିଭଳି ଆଗକୁ ମଧ୍ୟ ତାଙ୍କର ଦୁଇଟି ପ୍ରୋଜେକ୍ଟ ଲଞ୍ଚ ହେବାକୁ ବାକି ଅଛି । ଆନିମଲରେ ତାଙ୍କୁ‘ଜୋୟା’ଚରିତ୍ରରେ ଦେଖିବାକୁ ମିଳିବ ।




