ଡିପ୍ରେସନ କାରଣରୁ ବଢିଥିଲା ଓଜନ

ବଲିଉଡ ଅଭିନେତ୍ରୀ ସୋନମ କପୁର ଏକ ସାକ୍ଷାତକାରରେ ନିଜର ରିଅଲ ଲାଇଫ୍‌ ବିଷୟରେ କିଛି ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଡିପ୍ରେସନ କାରଣରୁ ତାଙ୍କର ଓଜନ ୩୨ କିଲୋ ବଢିଥିବାନେଇ ସୋନମ ସୂଚନା ଦେଇଛନ୍ତି । ଏହି ବଢିଥିବା ଓଜନ ତାଙ୍କୁ ଅନେକ ସମସ୍ୟାରେ ପକାଇଥିଲା । ସେ ନିଜ ସନ୍ତାନର ଯନି ନେବାରେ ଏଭଳି ବ୍ୟସ୍ତ ହୋଇଯାଇଥିଲେ କି ନିଜ ଯନି ନେବାକୁ ଭୁଲି ଯାଇଥିବା ସୋନମ ପ୍ରକାଶ କରିଛନ୍ତି […]

Samaya Live Picture
Published On

ବଲିଉଡ ଅଭିନେତ୍ରୀ ସୋନମ କପୁର ଏକ ସାକ୍ଷାତକାରରେ ନିଜର ରିଅଲ ଲାଇଫ୍‌ ବିଷୟରେ କିଛି ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଡିପ୍ରେସନ କାରଣରୁ ତାଙ୍କର ଓଜନ ୩୨ କିଲୋ ବଢିଥିବାନେଇ ସୋନମ ସୂଚନା ଦେଇଛନ୍ତି । ଏହି ବଢିଥିବା ଓଜନ ତାଙ୍କୁ ଅନେକ ସମସ୍ୟାରେ ପକାଇଥିଲା । ସେ ନିଜ ସନ୍ତାନର ଯନି ନେବାରେ ଏଭଳି ବ୍ୟସ୍ତ ହୋଇଯାଇଥିଲେ କି ନିଜ ଯନି ନେବାକୁ ଭୁଲି ଯାଇଥିବା ସୋନମ ପ୍ରକାଶ କରିଛନ୍ତି । ସେତେବେଳେ ବଢୁଥିବା ଓଜନ ପ୍ରତି ସେ ଧ୍ୟାନ ହିଁ ଦେଇନଥିଲେ, ଯାହା ଫଳରେ ତାଙ୍କ ଓଜନ ଏତେ ମାତ୍ରାରେ ବଢିଯାଇଥିଲା । ସନ୍ତାନ ଜନ୍ମ ହେବା ପରେ ସେ ଡିପ୍ରେସନର ମଧ୍ୟ ସାମନା କରିଥିଲେ ଯାହାର ପ୍ରଭାବ ମଧ୍ୟ ଓଜନ ଉପରେ ପଡିଥିଲା । ତେବେ ତାଙ୍କୁ ନିଜର ଓଜନ କମାଇବା ପାଇଁ ପାଖାପାଖି ଦେଢ ବର୍ଷ ସମୟ ଲାଗିଥିବା ସୋନମ ପ୍ରକାଶ କରିଛନ୍ତି ।

Tags: