୨୦୨୦ରେ ଇଏ ହେବ ଚର୍ଚ୍ଚିତ ବିବାହ
ସମୟ ଲାଇଭ,୨୦/୧: ବର୍ଷ ୨୦୨୦ ଆରମ୍ଭ ହେବା ସହ ଆରମ୍ଭ ହୋଇଯାଇଛି ବିବାହର ଋତୁା ତେବେ ଏହି ବର୍ଷ ହାତକୁ ଦି ହାତ ହେବାକୁ ଯାଉଛନ୍ତି ଓଲିଉଡ଼ ସହ ଜଡ଼ିତ ଅନେକ ଚର୍ଚ୍ଚିତ ଚେହେରା। ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ କଟକ ଝିଅ ଭୂମିକାଙ୍କୁ ଆସନ୍ତାଫେବୃଆରୀ ମାସରେ ବିବାହ କରିବାକୁ ଯାଉଛନ୍ତି। ସେହିପରି ଓଲିଉଡ଼ ଓ ହିନ୍ଦୀଧାରାବାହିକରେ ନିଜର ଭାଗ୍ୟ ପରୀକ୍ଷା କରିସାରିଥିବା ପ୍ରକୃତି ମିଶ୍ର ମଧ୍ୟ ଚଳିତ ବର୍ଷ ବିବାହ ବନ୍ଧନରେ […]
ସମୟ ଲାଇଭ,୨୦/୧: ବର୍ଷ ୨୦୨୦ ଆରମ୍ଭ ହେବା ସହ ଆରମ୍ଭ ହୋଇଯାଇଛି ବିବାହର ଋତୁା ତେବେ ଏହି ବର୍ଷ ହାତକୁ ଦି ହାତ ହେବାକୁ ଯାଉଛନ୍ତି ଓଲିଉଡ଼ ସହ ଜଡ଼ିତ ଅନେକ ଚର୍ଚ୍ଚିତ ଚେହେରା।
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ କଟକ ଝିଅ ଭୂମିକାଙ୍କୁ ଆସନ୍ତାଫେବୃଆରୀ ମାସରେ ବିବାହ କରିବାକୁ ଯାଉଛନ୍ତି।
ସେହିପରି ଓଲିଉଡ଼ ଓ ହିନ୍ଦୀଧାରାବାହିକରେ ନିଜର ଭାଗ୍ୟ ପରୀକ୍ଷା କରିସାରିଥିବା ପ୍ରକୃତି ମିଶ୍ର ମଧ୍ୟ ଚଳିତ ବର୍ଷ ବିବାହ ବନ୍ଧନରେ ଆବଦ୍ଧହେବାକୁ ଯାଉଛନ୍ତି। ସେ ତାଙ୍କ ବୟଫ୍ରେଣ୍ଡ ରତୁଲଙ୍କୁ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି।
ସେହିପରି ଉଭୟ ଓଲିଉଡ଼୍ ଓ ଟଲିଉଡ଼ରେ ଅଭିନୟ କରିସାରିଥିବା ସମ୍ଭାବନା ମହାନ୍ତିଙ୍କରମଧ୍ୟ ଏହି ବର୍ଷ ହାତଗଣ୍ଠି ପଡ଼ିବାକୁ ଯାଉଛି।

ସୂଚନା ଥାଉ କି, ଓଡ଼ିଆ ଧାରାବାହିକର ଚର୍ଚ୍ଚିତ ଚେହେରା ଶ୍ରଦ୍ଧା ଓ ରାଜେଶଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି।

ସେହିପରି ରଜ କ୍ୱିନ୍ ପ୍ରତିଯୋଗୀ ଜ୍ୟାକଲିନ୍ ପରିଡ଼ା, ଅର୍ପିତଙ୍କ ସହ ସଂସାର ଗଢ଼ିବାକୁ ଯାଉଛନ୍ତି। ଏବେ ପଢ଼ାପଢ଼ିରେ ଉଭୟେ ବ୍ୟସ୍ତ ଥିବାବେଳେ ଉଭୟ ଖୁବ୍ ଶୀଘ୍ର ବିବାହ କରିବେ।
Tags:




