ସାଇ ଥିଲେ କି ପ୍ରଥମ ପସନ୍ଦ !
ପ୍ରତିଷ୍ଠିତ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍କୁ ନେଇ ଏବେ ଚଳଚ୍ଚିତ୍ର ଜଗତରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ କିଆରା ଆଡଭାନୀଙ୍କ ଠାରୁ ଆରମ୍ଭ କରି ଅନୀତ ପଡାଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଏକ ନୂତନ ରିପୋର୍ଟ ଅନୁଯାୟୀ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ମଧ୍ୟ ଏହି ଦୌଡ଼ରେ ସାମିଲ ଥିଲେ । ରିପୋର୍ଟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭାନୁଶାଲୀ ମଧୁବାଲାଙ୍କ ଭୂମିକା ପାଇଁ ଏକ ନୂଆ ଚେହେରା ଖୋଜୁଥିଲେ ଏବଂ ତାଙ୍କର ପସନ୍ଦ ସାଇ ପଲ୍ଲବୀ ଥିଲେ ବୋଲି ଜଣା ପଡିଛି । ହେଲେ ସାଇ ସେତେବେଳେ ଅନ୍ୟ ପ୍ରୋଜେକ୍ଟର ବ୍ୟସ୍ତ ଥିବାରୁ ଏହି ଆଲୋଚନା ଆଗକୁ ବଢି ପାରିନଥିଲା । ଆଗକୁ ସାଇଙ୍କୁ ନୀତେଶ ତିୱାରୀଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ରାମାୟଣ ପାର୍ଟ ୧'ରେ ମାତା ସୀତାଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯେଉଁଥିରେ ରଣବୀର କପୁରଙ୍କ ସହିତ ସେ ନଜର ଆସିବେ । ଏହା ବ୍ୟତୀତ ସାଇ ପଲ୍ଲବୀଙ୍କ ପ୍ରଥମ ହିନ୍ଦୀ ଡେବ୍ୟୁ ଫିଲ୍ମ 'ଏକ ଦିନ' ଆସନ୍ତା ୧ ମଇ ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି, ଯେଉଁଥିରେ ସେ ଅମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କ ସହ ସ୍କ୍ରିନ ସେୟାର କରିବେ ।



