ଛାଡିବାକୁ ଚାହୁଁଥିଲେ ଶୋ

ଛାଡିବାକୁ ଚାହୁଁଥିଲେ ଶୋ
Ipsita Picture
By: Ipsita
Published On

 

ନିକଟରେ ବିଗବସର ରନର୍ସଅପ ଭାବେ ଚୟନ ହୋଇଛନ୍ତି ଅଭିନେତ୍ରୀ ଫରହାନ । ତେବେ ପ୍ରତିଯୋଗୀତାରୁ ବାହାରିବା ପରେ ନିଜର ଅନୁଭୂତି ନେଇ ମତ ଦେଇଛନ୍ତି ଫରହାନ । ବିଗ୍ ବସ ହାଉସରେ ରହିବା ଖୁବ କଷ୍ଟ ବୋଲି ସେ ସ୍ବୀକାର କରିଛନ୍ତି । ତାଙ୍କୁ ଏଠି ରହିବା ଖୁବ କଷ୍ଟ ଲାଗିଥିଲା । ଏପରିକି ସେ ଶୋ ଅଧାରୁ ଛାଡିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ଏପରି ସେ ଚିନ୍ତାକରୁଥିଲେ କଣ ପାଇଁ ଏହି ଶୋକୁ ଆସିଥିଲେ । ହେଲେ ପରେ ସେ ନିଜର ଧୈର୍ଯ୍ୟଶକ୍ତି ବଢାଇଥିଲେ, ଏବଂ ପରେ ଶୋ ଜିତିବାକୁ ମନ ବନାଇଥିଲେ । ଏହି ଘରେ ରହିବାକୁ ହେଲେ ଅନେକ କଥା ସହିବାକୁ ପଡିବ । ହେଲେ ସବୁବେଳେ ନିଜର ବ୍ୟକ୍ତିତ୍ବକୁ ନବଦଳାଇ ଏହି ଖେଳ ଖେଳିଲେ ସମସ୍ତେ ବିଜେତା ହୋଇପାରିବେ ବୋଲି ସେ ମତ ଦେଇଛନ୍ତି । ଚଳିତ ସିଜିନର ବିଜେତା ଗୌରବ ଖାନା ହୋଇଛନ୍ତି, ଯାହାଙ୍କ ସହିତ ଫରହାନଙ୍କର ବିଗବସ ହାଉସରେ ଖୁବ ବଡ ଝଗଡା ହୋଇଥିଲା ।

Tags: