ଶାହରୁଖଙ୍କ ସହିତ କାମ କରିବାକୁ ଇଚ୍ଛା

କମେଡ଼ି ଫିଲ୍ମ ‘ହେ ବେବି’ରେ ବିଦ୍ୟାବାଲାନଙ୍କ ସହିତ ଶାହରୁଖ ଖାନଙ୍କୁ ଖୁବ କମ ସମୟ ପାଇଁ ଦେଖିବାକୁ ମିଳିଥିଲା । ସେହିଭଳି ଶାହରୁଖଙ୍କ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଏକ ଗୀତରେ ବିଦ୍ୟାଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା । ତେବେ ଉଭୟ ବିଦ୍ୟା ଓ ଶାହରୁଖଙ୍କୁ କୌଣସି ଫିଲ୍ମରେ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିନଥିଲେ ମଧ୍ୟ ଫ୍ୟାନମାନେ ଏହି ଛୋଟଛୋଟ ରୋଲକୁ ଖୁବ ଭଲ ପାଇବା ଦେଇଥିଲେ । ଦର୍ଶକମାନେ ଏହି ଦୁଇ […]

Samaya Live Picture
Published On

କମେଡ଼ି ଫିଲ୍ମ ‘ହେ ବେବି’ରେ ବିଦ୍ୟାବାଲାନଙ୍କ ସହିତ ଶାହରୁଖ ଖାନଙ୍କୁ ଖୁବ କମ ସମୟ ପାଇଁ ଦେଖିବାକୁ ମିଳିଥିଲା । ସେହିଭଳି ଶାହରୁଖଙ୍କ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଏକ ଗୀତରେ ବିଦ୍ୟାଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା । ତେବେ ଉଭୟ ବିଦ୍ୟା ଓ ଶାହରୁଖଙ୍କୁ କୌଣସି ଫିଲ୍ମରେ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିନଥିଲେ ମଧ୍ୟ ଫ୍ୟାନମାନେ ଏହି ଛୋଟଛୋଟ ରୋଲକୁ ଖୁବ ଭଲ ପାଇବା ଦେଇଥିଲେ । ଦର୍ଶକମାନେ ଏହି ଦୁଇ ଷ୍ଟାରଙ୍କୁ ଏକାଠି ଦେଖିବାକୁ ଚାହୁଁଥିବାନେଇ ଅନେକ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି । ତେବେ କେବଳ ଦର୍ଶକ ନୁହେଁ ନିଜେ ବିଦ୍ୟା ମଧ୍ୟ ଶାହରୁଖଙ୍କ ସହିତ ଏକ ଲଭ୍‌ ଷ୍ଟୋରୀରେ ଅଭିନୟ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ବିଦ୍ୟାଙ୍କର ଏହି ସାକ୍ଷାତକାର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଦର୍ଶକମାନଙ୍କ ଇଚ୍ଛା ଏବେ ପୁରା ହେଲାବୋଲି ଆକଳନ କରାଯାଉଛି । ତେବେ ଦେଖିବାକୁ ବାକି ରହିଲା ବିଦ୍ୟାଙ୍କ ନିଖୁଣ ଅଭିନୟ ଓ ଶାହରୁଖଙ୍କ ରୋମାଣ୍ଟିକ ଅନ୍ଦାଜକୁ ନେଇ କେବେ ଏକ ଫିଲ୍ମ ସ୍କ୍ରିନ୍‌କୁ ଆସିବ ।

Tags: