ମର୍ଡର ମିଷ୍ଟ୍ରୀରେ ୱାମିକା
ପ୍ରଥମ େୱବସିରିଜ୍ ‘ଗ୍ରହଣ’ରେ ଦମଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ପଞ୍ଜାବୀ ଅଭିନେତ୍ରୀ ୱାମିକା ଗ³ୀ, ଖୁବଶୀଘ୍ର ଏକ ବଡ଼ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ୱାମିକା ଏପର୍ଯ୍ୟନ୍ତ ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଖୁଫିଆ, ବିକ୍ରମାଦିତ୍ୟ ମୋଟବାନେଙ୍କ େୱବସିରିଜ ଷ୍ଟାରଡଷ୍ଟ, ନେଟଫ୍ଲିକ୍ସ ଶୋ ମାଈ ଏବଂ ନିରଟରେ ଆମେରିକୀୟ ଲୋକପ୍ରିୟ ସିରିଜ ମଡର୍ନ ଲଭ୍ର ଭାରତୀୟ ରିମେକ ପରି ଅନେକ ପ୍ରତିଷ୍ଠିତ ପ୍ରୋଜେକଫରେ ସାମିଲ ହୋଇସାରିଛନ୍ତି । ଏବେ ଖବର ମିଳିଛି ଯେ, […]
ପ୍ରଥମ େୱବସିରିଜ୍ ‘ଗ୍ରହଣ’ରେ ଦମଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ପଞ୍ଜାବୀ ଅଭିନେତ୍ରୀ ୱାମିକା ଗ³ୀ, ଖୁବଶୀଘ୍ର ଏକ ବଡ଼ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ୱାମିକା ଏପର୍ଯ୍ୟନ୍ତ ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଖୁଫିଆ, ବିକ୍ରମାଦିତ୍ୟ ମୋଟବାନେଙ୍କ େୱବସିରିଜ ଷ୍ଟାରଡଷ୍ଟ, ନେଟଫ୍ଲିକ୍ସ ଶୋ ମାଈ ଏବଂ ନିରଟରେ ଆମେରିକୀୟ ଲୋକପ୍ରିୟ ସିରିଜ ମଡର୍ନ ଲଭ୍ର ଭାରତୀୟ ରିମେକ ପରି ଅନେକ ପ୍ରତିଷ୍ଠିତ ପ୍ରୋଜେକଫରେ ସାମିଲ ହୋଇସାରିଛନ୍ତି ।

ଏବେ ଖବର ମିଳିଛି ଯେ, ୱାମିକା ଖୁବଶୀଘ୍ର ଫିଲ୍ମ ନିର୍ମାତା ଦିନେଶ ବିଜାନଙ୍କ ଫିଲ୍ମର ଲିଡ୍ ହିରୋଇନ ହେବେ । ତେବେ ସୂତ୍ରରୁ ଜଣାପଡ଼ିଛି ଯେ ନିର୍ମାତା ଦିନେଶ ଏକ ମର୍ଡର ମିଷ୍ଟ୍ରୀ ଡ୍ରାମା ଫିଲ୍ମ ଉପରେ କାମ କରୁଛନ୍ତି । ଏଥିସହ ଏହା ଏକ ମଲଫିଷ୍ଟାରର ଫିଲ୍ମ ।

ତେବେ ଏସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲିି ଘୋଷଣା କରାଯାଇନାହିଁ । ଶିଶୁ କଳାକାର ଭାବେ ପଞ୍ଜାବୀ ଫିଲ୍ମରେ ଅଭିନୟ କରିଥିବା ୱାମିକା ଗ³ୀ ୨୦୦୭ର ସୁପରହିଟ୍ ହିନ୍ଦୀ ଫିଲ୍ମ ‘ଜବ୍ ୱି ମେଟ୍’ରେ ଏକ ଛୋଟ ରୋଲ୍ କରି ନିଜର ସ୍କ୍ରିନ ଡେବୁ୍ୟ କରିଥିଲେ ।

ଏହାପରେ ୨୦୧୨ରେ ସିକ୍ସଟିନ ଫିଲ୍ମରେ ପ୍ରଥମ ଫିମେଲ୍ ଲିଡ୍ ରୋଲ୍ରେ ଅବତୀର୍ଣ୍ଣ ହୋଇଥିଲେ । କିନ୍ତୁ ‘ତୁ ମେରା ୨୨ ମେ ତେରା ୨୨’ ଫିଲ୍ମ ତାଙ୍କୁ ପରିଚିତ କରାଇଥିଲା । ସେ ହିନ୍ଦୀ, ପଞ୍ଜାବୀ ଫିଲ୍ମ ବ୍ୟତୀତ ମାଲାୟଲମ, ତାମିଲ ଏବଂ ତେଲୁଗୁ ଭାଷାରେ ଅନେକ ପିଲ୍ମ କରିଛନ୍ତି । ଏଥିସହ ସେ ଜଣେ ତାମିଲପ୍ରାପ୍ତ କଥକ ନୃତ୍ୟଶିଳ୍ପୀ । ଶେଷ ଥର ପାଇଁ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘୮୩’ରେ ପୂର୍ବତନ କ୍ରିକେଟର ମଦନ ଲାଲଙ୍କ ପତ୍ନୀ ଅନୁ ଲାଲଙ୍କ ଭୂମିକାରେ ଅଭିନୟ କରି ପ୍ରଶଂସିତ ହୋଇଛନ୍ତି ।




