ସରିନି ଅପେକ୍ଷା

ସରିନି ଅପେକ୍ଷା
Ipsita Picture
By: Ipsita
Published On

 

ବଲିଉଡର ଚୁଲବୁଲିଆ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଖୁବ୍ଶୀଘ୍ର ଓଟିଟି ମାଧ୍ୟମରେ ଅଭିନୟ ଦୁନିଆକୁ ଫେରିବା ପାଇଁ ସ୍କ୍ରିପ୍ଟ ପଢ଼ୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ଏହି ଖବରକୁ ତାଙ୍କ ଅଫିସିଆଲ୍ ଟିମ୍ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି । କ୍ୟାଟ୍ରିନାଙ୍କ ଟିମ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ଅଭିନେତ୍ରୀଙ୍କ ଆଗାମୀ ଯୋଜନା ଓ ଓଟିଟି ଡେବ୍ୟୁକୁ ନେଇ ଯେଉଁ ସବୁ ଚର୍ଚ୍ଚା ଚାଲିଛି, ତାହା ସମ୍ପୂର୍ଣ୍ଣ ଆଧାରହୀନ ଓ ଭୁଲ । ଗତ ୨୦୨୫ ମସିହା ନଭେମ୍ବର ୭ ତାରିଖରେ ନିଜର ପ୍ରଥମ ସନ୍ତାନ ବିହାନ କୌଶଲଙ୍କୁ ସ୍ୱାଗତ କରିବା ପରେ କ୍ୟାଟ୍ରିନା ବର୍ତ୍ତମାନ ବ୍ରେକରେ ଅଛନ୍ତି ।  ଏକ୍ ଥା ଟାଇଗର୍ଏବଂ ଜିନ୍ଦଗୀ ନା ମିଲେଗୀ ଦୋବାରାଭଳି ସୁପରହିଟ୍ ଫିଲ୍ମ ଦେଇଥିବା କ୍ୟାଟ୍ରିନାଙ୍କୁ ଶେଷ ଥର ପାଇଁ ୨୦୨୪ର ଥ୍ରୀଲର ଫିଲ୍ମ ମେରି କ୍ରିସମାସରେ ବିଜୟ ସେଥୁପତିଙ୍କ ସହ ଦେଖିବାକୁ ମିଳିଥିଲା ।  ତାଙ୍କର ଏହି କମ୍ବ୍ୟାକ୍ ଗୁଜବ ପରେ ପ୍ରଶଂସକମାନେ ତାଙ୍କୁ ପୁଣି ପରଦାରେ ଦେଖିବା ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

Tags: