ଭାଇରାଲ ମେଟଗାଲା ଲୁକ
ଜର୍ମାନୀର ପ୍ରସିଦ୍ଧ ସୁପରମଡେଲ ହାଇଡି କ୍ଲମ୍ ମେଟ୍ ଗାଲା ୨୦୨୬ରେ ଏକ ୟୁନିକ ଲୁକ୍ ଗ୍ରହଣ କରିଥିଲେ, ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ୟୁନିକ ଲୁକ ପାଇଁ ସେ ନିଜକୁ ଏକ ଜୀବନ୍ତ ମାର୍ବଲ ପ୍ରତିମାରେ ରୂପାନ୍ତରିତ କରିଥିଲେ । ଚଳିତ ବର୍ଷର ଥିମ୍ 'ଫ୍ୟାଶନ ଇଜ୍ ଆର୍ଟ'କୁ ଅନୁକରଣ କରି ହାଇଡି ନିଜର ସମ୍ପୂର୍ଣ୍ଣ ଶରୀରକୁ ପଥର ରଙ୍ଗର ପୋଷାକରେ ଆଚ୍ଛାଦିତ କରିଥିଲେ । ଯାହାକୁ ପରିଚିତ ମେକଅପ୍ ଆର୍ଟିଷ୍ଟ ମାଇକ୍ ମରିନୋ ଏକ କ୍ଲାସିକାଲ୍ ପ୍ରତିମା 'ୱିଲ୍ଡ ୱେଷ୍ଟ'ରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରିଥିଲେ । ହାଇଡିଙ୍କର ଏହି ଅବତାର ଏତେ ନିଖୁଣ ଥିଲା ଯେ ଲୋକମାନେ ତାଙ୍କୁ ଜଣେ ପ୍ରକୃତ ମଣିଷ ନୁହେଁ ବରଂ ଏକ ଏଆଇ ଚିତ୍ର ବୋଲି ଭାବିବା ସହ କିଛି ଲୋକ ତାଙ୍କୁ 'ଷ୍ଟାଚ୍ୟୁ ଅଫ୍ ଲିବର୍ଟି' ସହ ତୁଳନା କରିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସମ୍ପୂର୍ଣ୍ଣ ଲୁକ୍ ପାଇଁ ତାଙ୍କୁ ମାତ୍ର ୨୦ ମିନିଟ୍ ସମୟ ଲାଗିଥିଲା। ସୂଚନାଯୋଗ୍ୟ ଯେ, ହାଇଡି ପୂର୍ବରୁ କୋଚେଲା ୨୦୨୬ରେ ମଧ୍ୟ ବିଭିନ୍ନ ୱିଗ୍ ଏବଂ ମେକଅପ୍ ବ୍ୟବହାର କରି ନିଜର ଚେହେରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଚର୍ଚ୍ଚାରେ ରହିଥିଲେ ।



