ଭାଇରାଲ ସେଲିବ୍ରିଟି
୨୦୨୫ରେ ବିଶ୍ବର ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ଏଭଳି ଅନେକ ଘଟଣା ଘଟିଥିଲା, ଯାହା ଅନେକ ସେଲିବ୍ରିଟିଙ୍କୁ ଭାଇରାଲ କରାଇଥିଲା । ସୋସିଆଲ ମିଡିଆରେ ବେଶ କିଛିଦିନ ଧରି ଏହି ଘଟଣା ଗୁଡିକ ସମ୍ପର୍କରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଥିଲା । ଏଥିରେ ଓଲିଉଡ ଠାରୁ ଆରମ୍ଭ କରି ହଲିଉଡର କଳାକାର ସାମିଲ ଅଛନ୍ତି, ଯେଉଁମାନେ ୨୦୨୫ରେ ପାଲଟିଥିଲେ ଭାଇରାଲ ସେଲିବ୍ରିଟି ।
ମେଟଗାଲାରେ କିଙ୍ଗ ଖାନ
୨୦୨୫ର ସବୁଠାରୁ ଚର୍ଚ୍ଚିତ ଲୁକ ଥିଲା ମେଟଗାଲାରେ କିଙ୍ଗ ଖାନଙ୍କ ଏଣ୍ଟ୍ରି ଲୁକ । ପ୍ରଥମଥର ପାଇଁ ୨୦୨୫ରେ ଶାହରୁଖ ନିଜର ଗାଲା ଡେବ୍ୟୁ କରିଥିଲେ । ଏଥିରେ ଶାହରୁଖଙ୍କ ଅଲ୍ ଇନ ବ୍ଲାକ ଲୁକରେ ଦେଖିବାକୁ ମିଳିଥିଲା । ସବୁଠାରୁ ଚର୍ଚ୍ଚାରେ ଥିଲା ସେ ପିନ୍ଧିଥିବା ଲକେଟ ଯେଉଁଥିରେ ଲେଖାଥିଲା କିଙ୍ଗ । ବଲିଉଡର କିଙ୍ଗ ଭାବେ ସେ ଗାଲାରେ ଏଣ୍ଟ୍ରି କରିଥିଲେ । ଫ୍ୟାନଙ୍କ ପାଇଁ ଏହା ଥିଲା ଖୁବ ରୋମାଞ୍ଚକର ଦୃଶ୍ୟ । ନିଜର ପ୍ରିୟ ଅଭିନେତାଙ୍କୁ ଏତେବର୍ଷ ପରେ ମେଟଗାଲାର ରେଡ କାର୍ପେଟରେ ଦେଖି ସମସ୍ତେ ଖୁବ ଖୁସି ହୋଇଥିଲେ । ସେହିଭଳି ଶାହରୁଖ ମଧ୍ୟ ନିଜର ଗାଲା ଡେବ୍ୟୁକୁ ନେଇ ଖୁବ ଉତ୍ସାହିତ ଥିଲେ । ଏତେ ଦିନ ପରେ ୨୦୨୫ ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା ବୋଲି ସାକ୍ଷାତକାରରେ ପ୍ରକାଶ କରିଥିଲେ ।

ଅକ୍ଷୟ ଖାନାଙ୍କ କମବ୍ୟାକ
୨୦୨୫ରେ ରିଲିଜ ହୋଇଥିବା ଫିଲ୍ମ ଧୁରନ୍ଧରର ଏକ ଗୀତ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏଥିରେ ଦର୍ଶକ ଫିଲ୍ମର ହିରୋ ନୁହେଁ ବରଂ ଖଳନାୟକଙ୍କୁ ପସନ୍ଦ କରିଥିଲେ । ଏହି ଗୀତ ରିଲିଜ ହେବାପରେ ବର୍ତ୍ତମାନ ସୁପରଷ୍ଟାର ପାଲଟିଥିଲେ ନବେ ଦଶକରେ ହିରୋ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟ ଖାନା । ଅକ୍ଷୟଙ୍କ କମବ୍ୟାକକୁ ମିଳିଛି ଖୁବ ସଫଳତା । ଏହି ଗୀତରେ ତାଙ୍କର ଅନ୍ଦାଜକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏପରିକି ଅକ୍ଷୟଙ୍କ ପାଇଁ ଓସ୍କାର ପୁରସ୍କାରର ଦାବି ମଧ୍ୟ ଉଠିଛି । ତେବେ ଅକ୍ଷୟଙ୍କର ଏହି କମବ୍ୟାକର ପ୍ରଶଂସା ସମସ୍ତେ କରୁଥିବା ଦେଖିବାକୁ ମିଳୁଛି । ସମସ୍ତେ ଅକ୍ଷୟଙ୍କ ଅନ୍ଦାଜ ଓ ଅଭିନୟର ଦିବାନା ହୋଇଯାଇଛନ୍ତି । ଫିଲ୍ମରେ ଅକ୍ଷୟଙ୍କ ଚରିତ୍ରର ନାଁ ରହିଛି ରେହମାନ ଡକତି, ଯାହା ୨୦୨୫ ହିନ୍ଦି ସିନେମାର ନୂଆ ଟ୍ରେଣ୍ଡିଂ ଚରିତ୍ର ପାଲଟିଥିଲା । ଅକ୍ଷୟଙ୍କର ଏହି କମବ୍ୟାକ ତାଙ୍କ ଫ୍ୟାନଙ୍କୁ ଖୁବ ଖୁସି ଦେଇଛି । ନବେ ଦଶକରେ ତାଙ୍କ ଉପରେ ଲାଗିଥିବା ଫ୍ଲପର ଟ୍ୟାଗକୁ ଯେପରି କେଉଁଆଡେ ଲୁଚାଇ ଦେଇଥିଲା ଏହି ନୂଆ ଚରିତ୍ରଟି ।

ଧର୍ମା ପ୍ରଯୋଜନାରେ ଓଡିଆ ଫିଲ୍ମ
ଓଡିଆ ଫିଲ୍ମ ବୋଉ ବୁଟୁ ଭୁତ ୨୦୨୫ରେ ରେକର୍ଡ କରିଥିଲା । ରିଲିଜ ହେବା ପରେ ଏହି ଫିଲ୍ମକୁ ମିଳିଥିଲା ଅନେକ ସଫଳତା । ତେବେ କେବଳ ଏହି ସଫଳତା ନୁହେଁ । ରାଜ୍ୟରେ ନାଁ କରିଥିବା ଏହି ଫିଲ୍ମଟି ଜାତୀୟ ସ୍ତରରେ ମଧ୍ୟ ପହଞ୍ଚିଥିଲା । ଫିଲ୍ମ ବୋଉ ବୁଟୁ ଭୁତକୁ ଧର୍ମା ପ୍ରଯୋଜନା ସଂସ୍ଥା ପକ୍ଷରୁ ରିଲିଜ କରାଯିବାନେଇ ଘୋଷଣା କରାଯାଇଥିଲା । ଯାହା ଓଡିଆ ଇଣ୍ଡଷ୍ଟ୍ରୀ ପାଇଁ ଖୁବ ଖୁସି ଓ ଗର୍ବର କଥା ଥିଲା । ଏହି ଫିଲ୍ମର ସଫଳତା ସମସ୍ତ ଓଡିଆ ନରିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାଙ୍କୁ ମାର୍ଗ ଦେଖାଇଥିଲା ଓ ସେମାନଙ୍କର ଆତ୍ମବିଶ୍ବାସକୁ ବଢାଇଥିଲା । ଏହି ଫିଲ୍ମରେ ଅପରାଜିତା ମହାନ୍ତି, ବାବୁ ସାନ ଓ ଅର୍ଚ୍ଚିତା ମହାନ୍ତିଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ନିଚ୍ଛକ ଓଡିଆ କାହାଣୀ ଗୁଣି ଗାରେଡିକୁ ନେଇ ନିର୍ମାଣ କରାଯାଇଥିଲା । ଫିଲ୍ମରେ ସବୁଠାରୁ ଅଧିକ ଭଲ ପାଇବା ଅପରାଜିତା ମହାନ୍ତିଙ୍କୁ ମିଳିଥିଲା । ତାଙ୍କ କ୍ୟାରିୟର ଏହି ଫିଲ୍ମ ଥିଲା ଶ୍ରେଷ୍ଠ ପ୍ରଦର୍ଶନ ବୋଲି ଦର୍ଶକ ମତ ଦେଇଥିଲେ । ଫିଲ୍ମ ସମ୍ପର୍କରେ ସମୀକ୍ଷକମାନେ ମଧ୍ୟ ଖୁବ ଭଲ ମତ ଦେଇଥିଲେ । ଏହା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଧାରାକୁ ପରିବର୍ତ୍ତନ କରିଥିବା ନେଇ ସବୁଆଡେ ମତ ପ୍ରକାଶ ପାଇଥିଲା ।
କେଟିପେରୀଙ୍କ ଅନ୍ତରୀକ୍ଷ ଗସ୍ତ
ହଲିଉଡ ଷ୍ଟାରଙ୍କ ଭିତରେ ଚଳିତବର୍ଷ କେଟିପେରୀ ଖୁବ ଚର୍ଚ୍ଚିତ ଥିଲେ । ସ୍ପେସ ଟୁରିଜିମ ଅଧିନରେ ସେ ନିଜର କିଛି ଅନ୍ୟ ସାଥୀଙ୍କ ସହିତ ଅନ୍ତରୀକ୍ଷ ଗସ୍ତ କରିଥିଲେ । ସେ ଏହି ଅନ୍ତରୀକ୍ଷ ଗସ୍ତ ବ୍ଲୁ ଅରିଜିନ କମ୍ପାନୀ ପକ୍ଷରୁ କରିଥିଲେ । ତାଙ୍କର ଏହି ଗସ୍ତରେ ସମସ୍ତେ ମହିଳା ଯାତ୍ରୀ ସାମିଲ ହୋଇଥିଲେ । ଏହି ଦଳ ଅନ୍ତରୀକ୍ଷରେ ମାତ୍ର ୧୧ ମିନିଟ ରହିଥିଲେ । ଏହି ଗସ୍ତ ଅନେକ କାରଣରୁ ଖୁବ ଚର୍ଚ୍ଚାରେ ରହିଥିଲା । ପ୍ରଥମକରି ସମସ୍ତ ମହିଳା କ୍ରୁମେମ୍ବର ଏହି ଗସ୍ତରେ ସାମିଲ ହୋଇଥିଲେ । ସେହିଭଳି କେଟିପେରୀ ପ୍ରଥମ ପପ୍ ସିଙ୍ଗର ଭାବେ ମହାକାଶରେ ଗୀତ ବୋଲିବାର ସୁଯୋଗ ପାଇଥିଲେ, ଯାହା ତାଙ୍କ ନାମକୁ ଏକ ନୂଆ ରେକର୍ଡରେ ସାମିଲ କରିଥିଲା । ସେ ସ୍ପେସରୁ ଏକ ଡେଜି ଫୁଲ ନିଜ ଝିଅଙ୍କ ପାଇଁ ଆଣିଥିଲେ, ଯାହାଙ୍କର ନାମ ଡେଜି ।
ଦିଲ୍ଜିତ୍ଙ୍କ ମେଟଗାଲା ଲୁକ୍
ମେଟ୍ଗାଲାରେ ଅନେକ ବିଦେଶୀ କଳାକାରଙ୍କୁ ପଛରେ ପକାଇଛନ୍ତି ଭାରତୀୟ ସିଙ୍ଗର ଦିଲ୍ଜିତ୍ ଦୋସାଞ୍ଜ । ତାଙ୍କର ରୟାଲ ଲୁକ୍ ଦର୍ଶକଙ୍କ ସହିତ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ମଧ୍ୟ ଖୁବ ଭଲ ଲାଗିଥିଲା । ତାଙ୍କ ଡ୍ରେସର ଡିଜାଇନ୍ ପ୍ରବଲ ଗୁରୁଙ୍ଗ୍ କରିଥିବା ସୂଚନା ରହିଛି, ଯାହା ପଟିଆଲାର ମହାରାଜ ଭୁପିନ୍ଦର ସିଂଙ୍କ ଠାରୁ ପ୍ରେରିତ ହୋଇଥିଲା । ଦିଲ୍ଜିତ୍ ଇଭୋରିଙ୍କୁ ଏକ ଇଭୋରି ସେରଓ୍ୱାନିରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସୁନାର ଏମ୍ବ୍ରୋଡୋରି ରହିଥିଲା । ଏହାକୁ ଏକ ନିଆରା ଫ୍ଲୋଇଂ କେପ୍ ବା ରାଜା ମାନଙ୍କ ଡ୍ରେସରେ ପିଠି ଭାଗରେ ଲାଗିଥିବା ବସ୍ତ୍ର ସହ ପେୟାର କରାଯାଇଥିଲା । ଯେଉଁଥିରେ ପଞ୍ଜାବର ମାନଚିତ୍ର ରହିଥିଲା । ଦିଲ୍ଜିତଙ୍କ ପଗଡି ଖୁବ ସୁନ୍ଦର ଥିଲା । ଏହା ତାଙ୍କର ପୂରା ଲୁକ୍କୁ ସମ୍ପୂର୍ଣ୍ଣ କରିଥିଲା । ଦିଲ୍ଜିତ୍ ଏହି ଲୁକ୍ ସହିତ ଅନେକ ଗହଣା ମଧ୍ୟ ପିନ୍ଧିଥିଲେ । ସେ ବିଭିନ୍ନ ପ୍ରକାର ଗହଣା ପଗଡିରେ, ବେକରେ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ଏହି ଲୁକ୍ ସହିତ ଏକ ଖଣ୍ଡା ମଧ୍ୟ ଧରିଥିଲେ ଯାହା ତାଙ୍କର ଶୋଭାକୁ ଆହୁରି ବଢାଇଥିଲା । ତେବେ ସେ ପିନ୍ଧିଥିବା ଗହଣା ଭିତରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ପଟିଆଲା ନେକ୍ଲେସ୍ର ରେପ୍ଲିକା ଥିଲା, ଅର୍ଥାତ ଏହାଭଳି ଦେଖାଯାଉଥିବା ଆଉ ଏକ ହାର ।

ଟଏଲରଙ୍କ ନିର୍ବନ୍ଧ
ଏହି ବର୍ଷ ପପ୍ ସୁପରଷ୍ଟାର ଟଏଲର ସ୍ବିପ୍ଟଙ୍କ ସହିତ ଏନଫିଏଲ ଷ୍ଟାର ଟ୍ରାଭିସ କେଲଙ୍କର ନିର୍ବଦ୍ଧ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଉଭୟଙ୍କର ରୋମାଣ୍ଟିକ ଫଟୋ ସାଙ୍ଗକୁ ସୋସିଆଲ ମିଡିଆ ପୋଷ୍ଟ ଫ୍ୟାନଙ୍କୁ ଖୁବ ଭଲ ଲାଗିଥିଲା । ଟଏଲର ନିର୍ବନ୍ଧରେ ଏକ ଭିଣ୍ଟେଜ ଷ୍ଟାଇଲ ଡାଇମଣ୍ଡ ପିନ୍ଧିଥିଲେ । ତାଙ୍କ ଏନଗେଜମେଣ୍ଟ ରିଂ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।
ଜାତୀୟ ଚଳଚ୍ଚିତ୍ର ଉତ୍ସବ
ଚଳିତ ବର୍ଷ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ପାଇଁ ଥିଲା ଖୁବ ସ୍ବତନ୍ତ୍ର । ନିଜର ୩୦ ବର୍ଷର ଅଭିନୟ ଜୀବନରେ ପ୍ରଥମଥର ପାଇଁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ନିଜର ଏହି ସଫଳତାର ଶ୍ରେୟ ସେ ନିଜ ବାପାଙ୍କୁ ଦେଇଥିଲେ । ପ୍ରଥମଥର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇବାପରେ ରାଣୀ ବେଶ ଭାବପ୍ରବଣ ହୋଇଥିଲେ ଏବଂ ନିଜ ବାପାଙ୍କୁ ମନେ ପକାଇଥିଲେ । ସେ ନିଜର ପୁରସ୍କାର ସ୍ୱର୍ଗୀୟ ବାପାଙ୍କୁ ଉତ୍ସର୍ଗ କରିଥିଲେ । ରାଣୀଙ୍କ ସମେତ ଏଥିରେ ଶାହରୁଖ ଖାନଙ୍କୁ (ଯବାନ ଚଳଚ୍ଚିତ୍ର ପାଇଁ) ମଧ୍ୟ ପ୍ରଥମଥର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ବିକ୍ରାନ୍ତ ମେସିଙ୍କୁ ମଧ୍ୟ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହିତ ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ପୁଷ୍କରାକୁ ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଏବଂ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ଦ ସି ଆଣ୍ଡ ସେଭେନ୍ ଭିଲେଜେସ୍ କୁ ଅଣଫିଚର ଫିଲ୍ମର ସ୍ୱତନ୍ତ୍ର ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ଅଭିନେତା ମୋହନଲାଲଙ୍କୁ ସମ୍ମାନଜନକ ଦାଦାସାହେବ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ଏଥିରେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ସ୍ପେସାଲ ଜୁରୀ ଭାବେ ସାମିଲ ହେବାର ଦେଖିବାକୁ ମିଳିଥିଲା । ଯାହା ଓଡ଼ିଶା ପାଇଁ ଗର୍ବ ଆଣିଥିଲା ।



