ବିବାହ କରିବେ ବିଜୟ !

ବିବାହ କରିବେ ବିଜୟ !
Ipsita Picture
By: Ipsita
Published On

 

ଦୀର୍ଘ ଦିନର ଚର୍ଚ୍ଚା ପରେ ଏବେ ତାମିଲ ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ତେବେ ଚର୍ଚ୍ଚାକୁ ନେଇ ତ୍ରିଶ୍ନାଙ୍କ ମାଆଙ୍କ ହିଣ୍ଟ  ବେଶି ଖୋରାକ ଯୋଗାଇଛି । ଖବର ଅନୁଯାୟୀ, ସୋସିଆଲ ମିଡିଆରେ ବିଜୟ ଏବଂ ତ୍ରିଶାଙ୍କ ବିବାହକୁ ନେଇ ପ୍ରସ୍ତୁତ ଏକ ଫ୍ୟାନ୍-ଏଡିଟ୍ ଭିଡିଓକୁ ଉମା କୃଷ୍ଣନ 'ଲାଇକ' କରିଥିବାରୁ ଏହାକୁ ଏକ ପରୋକ୍ଷ ସଙ୍କେତ ବୋଲି କୁହାଯାଉଛି । ବିଜୟ ନିଜ ପତ୍ନୀ ସଙ୍ଗୀତାଙ୍କଠାରୁ ଅଲଗା ହେବା ନେଇ ସୂଚନା ରହିଛି । ଏହାସହ ନିକଟରେ ଏକ ବିବାହ ଉତ୍ସବରେ ବିଜୟ ଓ ତ୍ରିଶାଙ୍କୁ ଏକାଠି ଦେଖିବାକୁ ମିଳିଥିଲା, ଯାହା ସେମାନଙ୍କ ସମ୍ପର୍କକୁ ନେଇ ଗୁଜବକୁ ବଢାଇଥିଲା । ହେଲେ ଏହି ସମ୍ପର୍କ କିମ୍ବା ବିବାହକୁ ନେଇ କୌଣସି ଆଧିକାରିକ ସୂଚନା ମିଳିନାହିଁ । ହେଲେ ଏହାରିଭିତରେ ସଙ୍ଗୀତାଙ୍କ ସହ ବିଜୟଙ୍କ ୨୭ ବର୍ଷର ବୈବାହିକ ଜୀବନରେ ବିବାଦ ଏବଂ ୨୫୦ କୋଟିର ଆଲିମନି ଦାବି ଏହି ଚର୍ଚ୍ଚାକୁ ବଢାଇଛି ।

Tags: