ରଶ୍ମିକାଙ୍କ ହାତ ଧରିଲେ ବିଜୟ

ରଶ୍ମିକାଙ୍କ ହାତ ଧରିଲେ ବିଜୟ
Ipsita Picture
By: Ipsita
Published On

 

ସିନେ-ଜଗତର ଲୋକପ୍ରିୟ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ୨୬ ଫେବୃଆରୀରେ ଉଦୟପୁରଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।  ପାରମ୍ପରିକ ତେଲୁଗୁ ରୀତିନୀତି ଅନୁଯାୟୀ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିବାବେଳେ, ସନ୍ଧ୍ୟାରେ ରଶ୍ମିକାଙ୍କ ପକ୍ଷରୁ କୁର୍ଗ କୋଡାଭା ପରମ୍ପରାରେ ଦ୍ୱିତୀୟ ଥରପାଇଁ ଏହି ବିବାହ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ସଙ୍ଗୀତ ସେରିମନିରେ ଉଭୟଙ୍କ ମାଙ୍କ ନୃତ୍ୟ ପ୍ରଦର୍ଶନ ଏବଂ ବିଜୟଙ୍କ ମାଙ୍କ ପକ୍ଷରୁ ରଶ୍ମିକାଙ୍କୁ ପାରିବାରିକ ଚୁଡ଼ି ଉପହାର ପ୍ରଦାନ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା। ଫେବୃଆରୀ ୨୫ରେ ଅନୁଷ୍ଠିତ ହଳଦୀ ଉତ୍ସବକୁ ଏହି ଯୋଡ଼ି ନିଜ ପୋଷା କୁକୁରମାନଙ୍କୁ ସମର୍ପିତ କରିବା ସହ ପାରମ୍ପରିକ ହଳଦୀ ବଦଳରେ ହୋଲି ରଙ୍ଗ ଓ ଫୁଲରେ ଏହାକୁ ବେଶ୍ ଧୁମଧାମରେ ପାଳନ କରିଥିଲେ। ଉଭୟଙ୍କ ବିବାହକୁ ନେଇ ସେମାନଙ୍କ ଫ୍ୟାନମାନେ ଖୁବ ଉତ୍ସାହିତ ଥିଲେ ।

Tags: