ଦର୍ଶକଙ୍କ ଦାବି

ଦର୍ଶକଙ୍କ ଦାବି
Ipsita Picture
By: Ipsita
Published On

 

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର୍ନିକଟରେ ଜଣାଶୁଣା ଚିତ୍ରଶିଳ୍ପୀ ଅମୃତା ଶେରଗିଲ୍ଙ୍କ ଜୀବନୀ ଉପରେ ଆଧାରିତ ତାଙ୍କର ନୂଆ ଫିଲ୍ମ ଅମିରୀର ଘୋଷଣା କରିଥିଲେ । ବିଗତ ଅନେକ ବର୍ଷ ଧରି ଅମୃତା ପ୍ରୀତମଙ୍କ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବଲିଉଡର ପ୍ରତିଷ୍ଠିତ ନିର୍ମାତାମାନେ ଚେଷ୍ଟା କରିଆସୁଛନ୍ତି । ତେବେ ବିଶିଷ୍ଟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏହାକୁ ନିଜର ଏକ ଡ୍ରିମ୍ପ୍ରୋଜେକ୍ଟ ଭାବେ ଗ୍ରହଣ କରି ଗୁସ୍ତାଖିୟାଁନାମରେ ଏକ ସ୍କ୍ରିପ୍ଟ ଉପରେ ଦୀର୍ଘ ସମୟ ଧରି କାମ କରୁଥିଲେ । ଏହି ପ୍ରୋଜେକ୍ଟ ପାଇଁ ପ୍ରଥମେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ପରେ କରିନା କପୁର ଖାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ମୁଖ୍ୟ ନାୟକ ଚୟନ ଓ ଡେଟ୍ସ ସମସ୍ୟା କାରଣରୁ ଏହି ପ୍ରୋଜେକ୍ଟ ଆଗକୁ ବଢ଼ିପାରିନଥିଲା । ଏହା ବ୍ୟତୀତ ନିର୍ଦ୍ଦେଶକ ଜସମୀତ୍କେ. ରୀନ ମଧ୍ୟ ଅମୃତା ପ୍ରୀତମ ଏବଂ ସାହିର ଲୁଧିଆନଭୀଙ୍କ ଅପୂର୍ଣ୍ଣ ପ୍ରେମ କାହାଣୀ ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ, ଯାହାକୁ ଶାହରୁଖ ଖାନଙ୍କ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟପ୍ରଯୋଜନା କରିବା ସହ ନିଜେ ଶାହରୁଖ ସାହିରଙ୍କ ଚରିତ୍ରରେ ଏବଂ ପ୍ରିୟଙ୍କା ଚୋପ୍ରା ଜୋନାସ ଅମୃତା ପ୍ରୀତମଙ୍କ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ସମୀକ୍ଷକଙ୍କ ମତରେ, ଅମୃତା ପ୍ରୀତମଙ୍କ ଜୀବନରେ ଥିବା ପ୍ରେମ, ଯନ୍ତ୍ରଣା, ବିଦ୍ରୋହ ଏବଂ ସାହିତ୍ୟର ଅପୂର୍ବ ମିଶ୍ରଣ, ବିଶେଷ କରି ସାହିର ଲୁଧିଆନଭୀଙ୍କ ପ୍ରତି ତାଙ୍କର ଅହେତୁକ ଭଲପାଇବା ଏବଂ ପରବର୍ତ୍ତୀ ସମୟରେ ଇମରୋଜଙ୍କ ସହ ତାଙ୍କର ସମ୍ପର୍କ ସିନେମା ଜଗତ ସହ ଦର୍ଶକଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ସାବ୍ୟସ୍ତ ହେବ । ତେବେ ବର୍ତ୍ତମାନ ମୀରା ନାୟାର୍ଙ୍କ ଘୋଷଣା ପୁଣି ଚର୍ଚ୍ଚାର ବିଷୟ ପାଲିଛି । ତେବେ ଦର୍ଶକ ଏହାର ମୁଖ୍ୟ ଚରିତ୍ରରେ ପ୍ରିୟଙ୍କାଙ୍କୁ ଦେଖିବାକୁ ଚାହୁଁଥିବା ସୋସିଆଲ ମିଡିଆରୁ ଜଣା ପଡୁଛି ।

Tags: