ଭିକିଙ୍କ ଉତ୍ସାହ

ଭିକିଙ୍କ ଉତ୍ସାହ
Ipsita Picture
By: Ipsita
Published On

 

ବଲିଉଡ୍ ସୁପରଷ୍ଟାର ରଣବୀର ସିଂହଙ୍କ ବହୁପ୍ରତିକ୍ଷିତ ସ୍ପାଏ-ଥ୍ରୀଲର ଧୁରନ୍ଧର: ଦ ରିଭେଞ୍ଜବର୍ତ୍ତମାନ ପ୍ରେକ୍ଷାଳୟରେ ନିଜର ଦବଦବା ଜାରି ରଖିଥିବା ବେଳେ ଏହାକୁ ନେଇ ଚଳଚ୍ଚିତ୍ର ଜଗତରେ ବେଶ୍ ଚର୍ଚ୍ଚା ଜାରି ରହିଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ମାସ୍ ଏଣ୍ଟରଟେନରକୁ ଦର୍ଶକଙ୍କ ସମେତ ଅନେକ ସେଲେବ୍ରିଟି ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ତେବେ ଏହି ତାଲିକାରେ ଯୋଡି ହୋଇଛନ୍ତି ଅଭିନେତା ଭିକି କୌଶଲ । ନିଜର ବ୍ୟସ୍ତବହୁଳ ସୂଚୀ ଯୋଗୁଁ ଏପର୍ଯ୍ୟନ୍ତ ଏହି ବ୍ଲକବଷ୍ଟର ଫିଲ୍ମକୁ ଦେଖିପାରି ନାହାଁନ୍ତି, କିନ୍ତୁ ସେ ମୁମ୍ବାଇ ଫେରିବା ପରେ ତୁରନ୍ତ ଏହାକୁ ଦେଖିବା ପାଇଁ ବହୁତ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି । ଏହାସହ ସମ୍ପୂର୍ଣ୍ଣ ଟିମ୍କୁ ମଧ୍ୟ ଭିକି ଶୁଭେଚ୍ଛା ଜଣାଇଛନ୍ତି । ସେଲିବ୍ରିଟିଙ୍କର ଏଭଳି ସକାରାତ୍ମକ ମନ୍ତବ୍ୟ ଫିଲ୍ମ ମେକରଙ୍କୁ ଖୁବ ଉତ୍ସାହିତ କରୁଛି ବୋଲି ମତ ପ୍ରକାଶ ପାଇଛି ।

Tags: