ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ଦିଲ୍ଲୀ: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ ଆଉ ନାହାନ୍ତି । ନଭେମ୍ବର ୫ ତାରିଖରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ଡାକ୍ତରଙ୍କ ବହୁ ପରିଶ୍ରମ ପରେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ହିନ୍ଦୀ ଏବଂ […]

Samaya Live Picture
Published On

ଦିଲ୍ଲୀ: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ ଆଉ ନାହାନ୍ତି । ନଭେମ୍ବର ୫ ତାରିଖରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ଡାକ୍ତରଙ୍କ ବହୁ ପରିଶ୍ରମ ପରେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ଥିଲେ । ତାଙ୍କ ବିୟୋଗରେ ବଲିଉଡ୍‌ ସମେତ ମରାଠୀ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଆଜି ସନ୍ଧ୍ୟା ସମୟରେ ୪ଟାରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରାଯିବ ।

ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଛଡ଼ା ଅଭିନେତା ବିକ୍ରମ ବହୁ ଟିଭି ଧାରାବାହିକ, ରଙ୍ଗମଞ୍ଚରେ କାମ କରିସାରିଛନ୍ତି । ହମ୍‌ ଦିଲ ଦେ ଚୁକୈ ସନମ୍‌, ଅଗ୍ନିପଥ, ଭୁଲ ଭୁଲୈୟା, ନାଟ୍‌ସମ୍ରାଟ, ମିଶନ୍‌ ମଙ୍ଗଲ ଇତ୍ୟାଦି ହିଟ୍‌ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଛନ୍ତି । ୯୭ରୁ ଅଧିକ ଫିଲ୍ମ ଓ ଥିଏଟର୍‌ରେ ସେ କାର୍ଯ୍ୟ କରିସାରିଛନ୍ତି ।