ଖୁବଶୀଘ୍ର ରିଲିଜ
By: Ipsita
Read More କାହାକୁ କରୁଛନ୍ତି ଡେଟ
ଫିଲ୍ମ ମେକର ଫରହାନ ଅଖତର ନିଜ ପ୍ରୋଜେକ୍ଟ ଡନ୍ ୩କୁ ନେଇ ଏକ ବଡ ଅପଡେଟ ଦେଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତା ବର୍ଷ ଅର୍ଥାତ ୨୦୨୬ରେ ଏହା ପରଦାକୁ ଆସିବ ବୋଲି ଫରହାନ ସୂଚନା ଦେଇଛନ୍ତି । ଯାହାପରେ ଫ୍ୟାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ଫିଲ୍ମକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ଫିଲ୍ମ ରିଲିଜ୍ ହେବା ନହେବା ନେଇ ଫ୍ୟାନମାନେ ସନ୍ଦେହରେ ଥିଲେ । ହେଲେ ବର୍ତ୍ତମାନ ଫରହାନଙ୍କର ଏହି ସୂଚନା ସେମାନଙ୍କର ଦ୍ବନ୍ଦ୍ବ ଦୂର କରିଛି । ସୂଚନା ଅନୁସାରେ ଏଥିରେ ମୁଖ୍ୟ ଭୂମିକାରେ ଦର୍ଶକ ରଣବୀର ସିଂଙ୍କୁ ଦେଖିବାକୁ ପାଇବେ । ପୂ୍ର୍ବରୁ ଏହି ଫ୍ରାଞ୍ଚାଇଜରେ ଦର୍ଶକ ଶାହରୁଖ ଖାନଙ୍କୁ ଦେଖିଛନ୍ତି । ରଣବୀରଙ୍କ ସ୍କ୍ରିନ ପ୍ରେଜେନ୍ସ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି ।
Read More ୨୩ ବର୍ଷ ପରେ ବିବାହ
Tags:


