ଭର୍ସାଟାଇଲ ରକୁଲ

ଭର୍ସାଟାଇଲ ରକୁଲ
Ipsita Picture
By: Ipsita

 

Read More ଭାବ ବିହ୍ୱଳ ହେଲେ ଇଶା

Read More ଆରମ୍ଭ ହେଲା କୋଣାର୍କ ଫେଷ୍ଟିଭାଲ

ରକୁଲ ପ୍ରୀତ ଏବେ ନିଜର ଫିଲ୍ମ ଦେଦେ ପ୍ୟାର ଦେ ୨କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଅଭିନୟକୁ ସମୀକ୍ଷକ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ତାଙ୍କୁ ସବୁବେଳେ ଏଭଳି ଭର୍ସାଟାଇଲ ଚରିତ୍ରରେ ଦେଖିବାକୁ ମିଳୁଥିବାରୁ ସମସ୍ତେ ତାଙ୍କର ଫ୍ୟାନ ପାଲଟିଛନ୍ତି ।

Read More ଟିଟିଲାଗଡ଼ରେ ହ୍ୟୁମାନ ସାଗରଙ୍କ ସ୍ମୃତିସଭା ମଞ୍ଚ ଅନୁଷ୍ଠିତ

 

 ନିକଟରେ ଅଜୟ ଦେବଗନଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି ରକୁଲ । ଫିଲ୍ମର କାହାଣୀ ଟିକେ ଭିନ୍ନ ହୋଇଥିବାରୁ ଏହା ଦର୍ଶକଙ୍କୁ ଆକୃଷ୍ଟ କରୁଛି । ଏଥିରେ ରକୁଲଙ୍କ ସହିତ ଅଜୟ ଦେବଗନ ଓ ଆର ମାଧବନ ମଧ୍ୟ ସ୍କ୍ରିନ ସେୟାର କରିଛନ୍ତି । ଜଣେ  ଅଭିନେତ୍ରୀ ଏବଂ ମଡେଲ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ରକୁଲ। ରକୁଲ ପ୍ରାୟତଃ ତେଲୁଗୁ  ଚଳଚ୍ଚିତ୍ରରେ ଅଧିକ କାମ କରିଛନ୍ତି । ଏହା ସହିତ ସେ କିଛି ତାମିଲ, ହିନ୍ଦୀ ଏବଂ କନ୍ନଡ଼ ଫିଲ୍ମରେ ଅଭିନୟ କରିଛନ୍ତି । ରକୁଲ କଲେଜରେ ପଢ଼ୁଥିବା ସମୟରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ସେହି ସମୟରେ ସେ ୨୦୦୯ ମସିହାରେ ଏକ କନ୍ନଡ଼ ଚଳଚ୍ଚିତ୍ର ଗିଲ୍ଲିରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ମିସ୍ ଇଣ୍ଡିଆ ଫେମିନାରେ ଅଂଶଗ୍ରହଣ କରିଥିଲେ ଏବଂ ୫ମ ସ୍ଥାନରେ ରହିଥିଲେ । ଯାହା ତାଙ୍କୁ ଖୁବ ଚର୍ଚ୍ଚିତ କରିଥିଲା । ସେହି ବର୍ଷ ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହାର ପରବର୍ଷ ସେ ତାମିଲ କଥାଚିତ୍ର ଜଗତରେ ପାଦ ଦେଇଥିଲେ । ୨୦୧୪ରେ ସେ ହିନ୍ଦୀ କଥାଚିତ୍ର ଜଗତରେ ୟାରିୟାନ୍ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ରକୁଲ ପ୍ରୀତ ୧୯୯୦ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।  ରକୁଲ ତାଙ୍କର ବିଦ୍ୟାଳୟ ଶିକ୍ଷା ଆର୍ମି ପବ୍ଲିକ ସ୍କୁଲ, ଧୌଳ କୁଆନରୁ ଶେଷ କରିବା ପରେ ଜିଉସ୍ ଆଣ୍ଡ ମେରି କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ । କେବଳ ଅଭିନୟ ନୁହେଁ ସେ ଜଣେ ଗଲ୍ଫ ଖେଳାଳୀ ମଧ୍ୟ । ତେବେ ପିଲାଦିନୁ ଅଭିନେତ୍ରୀ ହେବାକୁ ଇଚ୍ଛା ରଖିଥିବା ରକୁଲ, ୧୮ ବର୍ଷ ବୟସରେ କଲେଜ ପଢ଼ୁଥିବା ବେଳେ ମଡେଲିଂ ଆରମ୍ଭ କରିଥିଲେ । ୨୦୦୯ରେ ରକୁଲ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ରକୁଲ ୨୦୧୧ରେ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ୫ମ ସ୍ଥାନରେ ରହିଥିଲେ । ୨୦୧୪ରେ ସେ ୟାରିୟାନ୍ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ସୁଦ୍ଧା ଅନେକ ହିଟ୍ ପ୍ରୋଜେକ୍ଟରେ ଅଭିନୟ କରିଥିବା ରକୁଲଙ୍କୁ ଆଗକୁ ମଧ୍ୟ ଭଲ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ବୋଲି ତାଙ୍କ ଫ୍ୟାନ ଆଶା ରଖିଛନ୍ତି ।

Tags: