ହରର ଫିଲ୍ମରେ ବରୁଣ 

ହରର ଫିଲ୍ମରେ ବରୁଣ 
Ipsita Picture
By: Ipsita
Published On

 

ୟଶରାଜ ଫିଲ୍ମସ୍ ପକ୍ଷରୁ ଏକ ହରର ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି, ଯେଉଁଥିରେ ଅଭିନେତା ବରୁଣ ଧୱନ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।  ଅଭିନେତା ତଥା ନିର୍ଦ୍ଦେଶକ ଅଭୟ ପନ୍ନୁ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୂଲାଇବେ ବୋଲି ଜଣା ପଡିଛି ।  ଏହି ଅନଟାଇଟେଲ୍ଡ ଫିଲ୍ମ ଜରିଆରେ ପ୍ରେମ, ଆକ୍ସନ୍, ଡ୍ରାମା, କମଡ଼ି ଓ ଥ୍ରୀଲର୍ ପରେ ୱାଇଆରଏଫ୍ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକ ବୃହତ୍ ସ୍ତରୀୟ ହରର ସିନେମା ରିଲିଜ କରିବାକୁ ଯାଉଛି ।  ବରୁଣ ଧୱନ୍ ଏହି ପ୍ରୋଜେକ୍ଟ ଜରିଆରେ ୱାଇଆରଏଫ୍ ସହ ଦ୍ୱିତୀୟ ଥର ପାଇଁ କାମ କରିବେ । ଏହି ଫିଲ୍ମ ମାଧ୍ୟମରେ ବରୁଣ ନିଜର ଏକ ନୂଆ ରୂପ ଦର୍ଶକଙ୍କୁ ଭେଟିଦେବେବୋଲି ଆଶା ରଖିଛନ୍ତି । ସେହିଭଳି ପ୍ରୋଜେକ୍ଟ ନେଇ ଘୋଷଣା ହେବାପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବରୁଣଙ୍କ ଫ୍ୟାନମାନେ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

Tags: