ବାଣୀଙ୍କ ନୂଆ ଅବତାର

 ସମୟ ଲାଇଭ‌:- ବଲିଉଡର ବ୍ଲକବଷ୍ଟର୍ ଫିଲ୍ମ ‘ୱାର୍’ରେ ଅଭିନୟ କରି ଜବରଦସ୍ତ ସଫଳତା ହାସଲ କରିଥିବା ନାୟିକା ବାଣୀ କପୁରଙ୍କ ହାତକୁ ଏବେ ଆଉ ଏକ ବଡ଼ ପ୍ରୋଜେକ୍ଟ ଆସିଯାଇଛି। ହ୍ରିତିକ୍‌ ରୋଶନ୍‌ଙ୍କ ପରେ ଏବେ ସେ ରଣବୀର କପୁରଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। ବାଣୀଙ୍କୁ ଫିଲ୍ମ ‘ସମ୍‌ସେରା’ରେ ଦେଖିବାକୁ ମିଳିବ।ବାଣୀ ଏହି ଫିଲ୍ମରେ ଲିଡ୍ ନାୟିକା ଭାବେ ଅଭିନୟ କରିବେ। କୁହାଯାଉଛି, ସେ ଏହାର ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏଥିରେ […]

Samaya Live Picture
Published On

 ସମୟ ଲାଇଭ‌:- ବଲିଉଡର ବ୍ଲକବଷ୍ଟର୍ ଫିଲ୍ମ ‘ୱାର୍’ରେ ଅଭିନୟ କରି ଜବରଦସ୍ତ ସଫଳତା ହାସଲ କରିଥିବା ନାୟିକା ବାଣୀ କପୁରଙ୍କ ହାତକୁ ଏବେ ଆଉ ଏକ ବଡ଼ ପ୍ରୋଜେକ୍ଟ ଆସିଯାଇଛି। ହ୍ରିତିକ୍‌ ରୋଶନ୍‌ଙ୍କ ପରେ ଏବେ ସେ ରଣବୀର କପୁରଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। ବାଣୀଙ୍କୁ ଫିଲ୍ମ ‘ସମ୍‌ସେରା’ରେ ଦେଖିବାକୁ ମିଳିବ।ବାଣୀ ଏହି ଫିଲ୍ମରେ ଲିଡ୍ ନାୟିକା ଭାବେ ଅଭିନୟ କରିବେ। କୁହାଯାଉଛି, ସେ ଏହାର ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏଥିରେ ତାଙ୍କୁ ପ୍ରଥମ ଥର ଲାଗି ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଏକ ମେଗା ଆକ୍ସନ୍‌ ଫିଲ୍ମ ହେବ, ଯେଉଁଥିରେ ବାଣୀଙ୍କୁ ପୂରା ନୂଆ ଅବତାରରେ ଦେଖିବାକୁ ମିଳିବ।‘ସମ୍‌ସେରା’ରେ ନିଜ ଚରିତ୍ରକୁ ନେଇ ବେଶ୍ ଖୁସି ଥିବେ ବାଣୀ କହିଛନ୍ତି ଯେ ୨୦୧୯ ତାଙ୍କ ପାଇଁ  ବହୁତ ଭଲ ଥିଲା। ଏହି ବର୍ଷ ‘ୱାର’ ବ୍ଲକ୍‌ବଷ୍ଟର ହେବା ସହ ଅନେକ ଗୁଡ଼ିଏ ରେକର୍ଡ଼ ହାସଲ୍‌ କରିଥିଲା। ଏଭଳି ଏକ ଫିଲ୍ମରେ କାମ କରିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି। ଫିଲ୍ମଟିକୁ ଜୁଲାଇ ୨୦ରେ ରିଲିଜ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ କରୋନା ଭାଇରସ୍ ପାଇଁ ସବୁ ଫିଲ୍ମର ଶୁଟିଂକୁ ସ୍ଥଗିତ ରଖାଯାଉଥିବାରୁ ଏହାର ରିଲିଜ୍‌ ଡେଟ୍‌ରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛିି।

Tags: