ସମ୍ପର୍କରେ ମାରିଲେ ମୋହର
ତାମିଲ ସୁପରଷ୍ଟାର ଥାଲାପତି ବିଜୟ ଏବଂ ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ସମ୍ପର୍କକୁ ନେଇ ଏବେ ଦକ୍ଷିଣ ଭାରତୀୟ ସିନେ ଜଗତରେ ଜୋରଦାର ଚର୍ଚ୍ଚା ଜାରିରହିଛି । ନିକଟରେ ଚେନ୍ନାଇରେ ଅନୁଷ୍ଠିତ ଏକ ବିବାହ ରିସେପ୍ସନ୍ ପାର୍ଟିରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଦ୍ୟୋଗୀ ତଥା ଚଳଚ୍ଚିତ୍ର ପ୍ରଯୋଜିକା କଳ୍ପନା ଏସ୍. ସୁରେଶ ଏବଂ ମୀନାକ୍ଷୀ ସୁରେଶଙ୍କ ପୁଅଙ୍କ ବିବାହ ଭୋଜିରେ ବିଜୟ ଓ ତ୍ରିଶାଙ୍କୁ ଏକାଠି ଯୋଗଦେବାର ଦେଖିବାକୁ ମିଳିଛି । ତେବେ ନିକଟରେ ବିଜୟଙ୍କ ପତ୍ନୀ ସଙ୍ଗୀତା କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି, ଏହାରି ଭିତରେ ତ୍ରିଶାଙ୍କ ସହ ବିଜୟଙ୍କୁ ଦେଖି ଫ୍ୟାନମାନେ ଆଲୋଚନା କରିବା ଆରମ୍ଭ କରିଛନ୍ତି । ବିଜୟଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ବିଜୟଙ୍କର ଜଣେ ସହ-ଅଭିନେତ୍ରୀଙ୍କ ସହ ଥିବା ସମ୍ପର୍କ ଯୋଗୁଁ ତାଙ୍କୁ ମାନସିକ ଓ ଭାବନାତ୍ମକ ଯନ୍ତ୍ରଣା ଭୋଗିବାକୁ ପଡ଼ିଛି । ତେଣୁ ବର୍ତ୍ତମାନ ବିଜୟ ଓ ତ୍ରିଶା ନିଜ ସମ୍ପର୍କରେ ମୋହର ମାରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ୧୯୯୯ ମସିହାରେ ବିବାହ କରିଥିବା ବିଜୟ ଓ ସଙ୍ଗୀତାଙ୍କ ମଧ୍ୟରେ ୨୦୨୧ ରୁ ସମସ୍ୟା ଆରମ୍ଭ ହୋଇଛି । ବର୍ତ୍ତମାନ ଏହି କଥା କୋର୍ଟରେ ପହଞ୍ଚିଛି ।



