ଇତିହାସ ରଚିଲେ ଭାବିଥା

ଇତିହାସ ରଚିଲେ ଭାବିଥା
Ipsita Picture
By: Ipsita
Published On

 

ବ୍ରିଟିଶ୍ ଭୋଗ୍ ମାଗାଜିନର ମାର୍ଚ୍ଚ ୨୦୨୬ ସଂସ୍କରଣର କଭର ପେଜ୍ରେ ସ୍ଥାନ ପାଇ ହାଇଦ୍ରାବାଦର ୨୬ ବର୍ଷୀୟା ମଡେଲ ଭାବିଥା ମାଣ୍ଡଭା ଏକ ନୂଆ ଇତିହାସ ରଚିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା ଯିଏ ଏହି ସମ୍ମାନଜନକ ପତ୍ରିକାର କଭରରେ ଏକାକୀ ସ୍ଥାନ ପାଇଛନ୍ତି। ଜଣେ ସଫଳ ମଡେଲ ହେବା ପୂର୍ବରୁ ଭାବିଥା ହାଇଦ୍ରାବାଦର ଜବାହରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରୁ ସ୍ଥାପତ୍ୟ ବିଦ୍ୟାରେ ସ୍ନାତକ ହାସଲ କରିଥିଲେ ଏବଂ ପରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ। ଯେଉଁଠାରୁ ତାଙ୍କର ମଡେଲିଂ ଯାତ୍ରା ଆରମ୍ଭ ହୋଇଥିଲା । ନିଜ କ୍ୟାରିୟରରେ ଅନେକ ସଫଳତାର ସିଢି ଚଢିଛନ୍ତି ଭାବିଥା । ସେ ବିଶ୍ୱପ୍ରସିଦ୍ଧ ବ୍ରାଣ୍ଡ୍ 'ଚାନେଲ' ପାଇଁ ରାମ୍ପ୍ରେ ଚାଲିବାରେ ପ୍ରଥମ ଭାରତୀୟ ମଡେଲ ଭାବେ ଗୌରବ ଅର୍ଜନ କରିଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ନିକଟରେ ତାଙ୍କ ସଫଳତା ପାଇଁ ତାଙ୍କର ପ୍ରଶଂସା କରିଥିବାବେଳେ, ଭାବିଥା ନିଜର ଶିକ୍ଷା ଏବଂ ବୃତ୍ତି ମଧ୍ୟରେ ସନ୍ତୁଳନ ରକ୍ଷା କରି ଅନେକ ଯୁବତୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଗକୁ ଭାରତକରୁ ବିଶ୍ବସ୍ତରରେ ଆହୁରି ଅନେକ ସଫଳତା ଦେବେ ବୋଲି ଆଶା ରଖିଛନ୍ତି ଭାବିଥା ।

Tags: