ଉତ୍ତମ ମହାନ୍ତିଙ୍କୁ ନେଇ ହସ୍ପିଟାଲକୁ ଆସିଲା ବଡ ଖବର
ନୂଆଦିଲ୍ଲୀ: ହସ୍ପିଟାଲକୁ ଆସିଲା ବଡ ଖବର । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓଡିଆ ଫିଲ୍ମ ଜଗତର ବର୍ଷିୟାନ ଅଭିନେତା ଉତମ ମହାନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଂଟିଆ ନଜର ରଖିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ । ଖାଲି ସେତିକି ନୁହେଁ ଉତମଙ୍କୁ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି ଓଡିଆ ଡାକ୍ତର […]
ନୂଆଦିଲ୍ଲୀ: ହସ୍ପିଟାଲକୁ ଆସିଲା ବଡ ଖବର । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓଡିଆ ଫିଲ୍ମ ଜଗତର ବର୍ଷିୟାନ ଅଭିନେତା ଉତମ ମହାନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଂଟିଆ ନଜର ରଖିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ । ଖାଲି ସେତିକି ନୁହେଁ ଉତମଙ୍କୁ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି ଓଡିଆ ଡାକ୍ତର । ଗୁରୁଗ୍ରାମର ମେଦାନ୍ତ ହସ୍ପିିଟାଲରେ ଆଇସିୟୁରେ ଉତମ ମହାନ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ପୂବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି । ଲିଭର ସିରୋସିସ ରୋଗରେ ଆକ୍ରନ୍ତ ହୋଇଥିବା ଅଭିନେତା ଉତମ ମହାନ୍ତିଙ୍କ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଗୁରୁଗ୍ରାମକୁ ଏୟାରଲିପ୍ଟ କରାଯାଇଥିଲା । ତେବେ ଭୁବନେଶ୍ୱରରୁ ଦିଲ୍ଲୀ ସ୍ଥାନାନ୍ତର ହେବା ସମୟରେ ସ୍ୱାସ୍ଥ୍ୟବସ୍ଥା ଯେପରି ବିଗିଡି ଚାଲିଥିଲା ଏବେ ସେପରି କୌଣସି ପରିସ୍ଥିତି ନାହିଁ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆଶା କରାଯାଉଛି ଯେ ସେ ଖୁବଶୀଘ୍ର ଭଲ ହୋଇ ଘରକୁ ଫେରିବେ । ଆଉ ଅଧା ରହିଥିବା ଫିଲ୍ମ ସୁଟିଂକୁ ପୂରା କରିବେ ବୋଲି । ସେପଟେ ଅଭିନେତା ଉତମ ମହାନ୍ତିଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଉତମ ମହାନ୍ତିଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ପାଖରୁ ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହିତ ଉତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତିଙ୍କ ସହ କଥା ହୋଇଛନ୍ତି ଧମେନ୍ଦ୍ର ପ୍ରଧାନ । ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଧମେନ୍ଦ୍ର ପ୍ରଧାନ ।




