ନିଜ ନାମକୁ ନେଇ ଅଡୁଆରେ ଉର୍ଫି
ସବୁବେଳେ ନିଜର ପୋଷାକ ପାଇଁ ବିବାଦ ଘେରରେ ରହୁଥିବା ଉର୍ଫି ବର୍ତ୍ତମାନ ଏକ ଅଡ଼ୁଆରେ ଫସିଛନ୍ତି । ସେ ନିଜର ପୋଷାକ ପାଇଁ ନୁହେଁ ବରଂ ନିଜ ନାମ ପାଇଁ ଫସିଛନ୍ତି । ସୂଚନା ଅନୁସାରେ ନିଜର ନାମ ପାଇଁ ସେ କେବେ ୟୁଏଇ ଯାଇପାରିବେନି । ନିକଟରେ ଏକ ପୋଷ୍ଟ କରି ଉର୍ଫି ଏହି ସୂଚନା ଦେଇଛନ୍ତି । ଅରବ ଦେଶରେ ଜାରି ହୋଇଥିବା ନୂଆ ନିୟମ ଅନୁସାରେ ଯେଉଁ ବ୍ୟକ୍ତିମାନେ ନିଜ ନାମରେ ସାଙ୍ଗିଆ […]
ସବୁବେଳେ ନିଜର ପୋଷାକ ପାଇଁ ବିବାଦ ଘେରରେ ରହୁଥିବା ଉର୍ଫି ବର୍ତ୍ତମାନ ଏକ ଅଡ଼ୁଆରେ ଫସିଛନ୍ତି । ସେ ନିଜର ପୋଷାକ ପାଇଁ ନୁହେଁ ବରଂ ନିଜ ନାମ ପାଇଁ ଫସିଛନ୍ତି । ସୂଚନା ଅନୁସାରେ ନିଜର ନାମ ପାଇଁ ସେ କେବେ ୟୁଏଇ ଯାଇପାରିବେନି । ନିକଟରେ ଏକ ପୋଷ୍ଟ କରି ଉର୍ଫି ଏହି ସୂଚନା ଦେଇଛନ୍ତି ।

ଅରବ ଦେଶରେ ଜାରି ହୋଇଥିବା ନୂଆ ନିୟମ ଅନୁସାରେ ଯେଉଁ ବ୍ୟକ୍ତିମାନେ ନିଜ ନାମରେ ସାଙ୍ଗିଆ ଲଗାଇ ନାହାନ୍ତି, ସେମାନେ ୟୁଏଇ ଗସ୍ତରୁ ବଞ୍ଚିତ ହେବେ ବୋଲି ସେ ସୂଚନା ଦେଇଛନ୍ତି । ଉର୍ଫିଙ୍କ ପାର୍ସପୋର୍ଟରେ କେବଳ ସିଙ୍ଗଲ ନାମ ହିଁ ଅଛି । ତେବେ ମାତ୍ର କିଛି ଦିନ ପୂର୍ବରୁ ହିଁ ଉର୍ଫି ନିଜ ନାମରେ ପରିବର୍ତ୍ତନ କରିଥିଲେ ।

ସେ ନିଜ ନାମରେ ଇଂରାଜୀ ଅକ୍ଷର ‘ଓ’କୁ ଜୋଡିଛନ୍ତି । ତେବେ ପାର୍ସପୋର୍ଟରେ ତାଙ୍କର ସାଙ୍ଗିଆ ଜାେୱଦ ଲେଖାଯାଇନାହିଁ, ତେଣୁ ସେ ୟୁଏଇ ଯାଇପାରିବେ ନାହିଁ ବୋଲି ଆଶଙ୍କା କରିଛନ୍ତି । ଏହି ନିୟମ କେବଳ ୟୁଏଇରେ କିଛିଦିନ ପାଇଁ ବୁଲିବାକୁ ଯାଉଥିବା ଯାତ୍ରୀଙ୍କ ଉପରେ ଲାଗୁ କରାଯାଉଥିବା ସୂଚନା ରହିଛି ।




