ଅପକମିଂ ଫିଲ୍ମ ପ୍ରୋଜେକ୍ଟ କେ’

ନିଜର ଅପକମିଂ ଫିଲ୍ମ ପ୍ରୋଜେକ୍ଟ କେ’କୁ ନେଇ ଦୀପିକା ପାଦୁକୋନ୍‌ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି । ତେବେ ନିକଟରେ ଦୀପିକାଙ୍କୁ ଏହି ଫିଲ୍ମର ସୁଟିଂ ପାଇଁ ଯାଉଥିବାର ଦେଖିବାକୁ ମିଳିଛି । ଏୟାର ପୋର୍ଟରେ ଦୀପିକାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୀପିକାଙ୍କୁ ଗ୍ରେସଫୁଲ୍‌ ଲୁକ୍‌ରେ ଦେଖିବାକୁ ମିଳିଛି । ଏହାର ସୁଟିଂ ଆରମ୍ଭ ହୋଇଥିବାରୁ ଦୀପିକା ହାଇଦ୍ରାବାଦ ଯାଇଛନ୍ତି । ଦୀପିକାଙ୍କ ଲୁକକୁ ଫ୍ୟାନମାନେ ବେଶ୍‌ ପସନ୍ଦ କରିଛନ୍ତି । […]

Samaya Live Picture
Published On

ନିଜର ଅପକମିଂ ଫିଲ୍ମ ପ୍ରୋଜେକ୍ଟ କେ’କୁ ନେଇ ଦୀପିକା ପାଦୁକୋନ୍‌ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି । ତେବେ ନିକଟରେ ଦୀପିକାଙ୍କୁ ଏହି ଫିଲ୍ମର ସୁଟିଂ ପାଇଁ ଯାଉଥିବାର ଦେଖିବାକୁ ମିଳିଛି । ଏୟାର ପୋର୍ଟରେ ଦୀପିକାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୀପିକାଙ୍କୁ ଗ୍ରେସଫୁଲ୍‌ ଲୁକ୍‌ରେ ଦେଖିବାକୁ ମିଳିଛି । ଏହାର ସୁଟିଂ ଆରମ୍ଭ ହୋଇଥିବାରୁ ଦୀପିକା ହାଇଦ୍ରାବାଦ ଯାଇଛନ୍ତି । ଦୀପିକାଙ୍କ ଲୁକକୁ ଫ୍ୟାନମାନେ ବେଶ୍‌ ପସନ୍ଦ କରିଛନ୍ତି । ଦୀପିକାଙ୍କୁ ତାଙ୍କ ଷ୍ଟନିଂ ଷ୍ଟାଇଲରେ କେହି କେବେ ହରାଇପାରିବେ ନାହିଁ ବୋଲି ୟୁଜର୍ସ ମତ ଦେଇଛନ୍ତି । ଦୀପିକା ଓ ପ୍ରଭାସଙ୍କ ଅଭିନୀତ ପ୍ରୋଜେକଫ କେ ନିଜର ଷ୍ଟାରକାଷ୍ଟକୁ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ମେଗାଷ୍ଟାର କମଲ ହସନଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏହାର ନିର୍ଦ୍ଦେଶନା ଦାୟିତ୍ୱ ନାଗ ଅଶ୍ୱିନ ସମ୍ଭାଳିଛନ୍ତି । ଏହି ୫୦୦ କୋଟି ବଜେଟରେ ନିର୍ମିତ ସାଇନ୍ସ ଫ୍ରିକସନ୍‌ ଫିଲ୍ମରେ ପ୍ରଭାସ, ଦୀପିକା, ଅମିତାଭ ବଚ୍ଚନ, ଦୀଶା ପଟ୍ଟାନୀ ଓ କମଲହାସନଙ୍କ ଭଳି ଷ୍ଟାର କାଷ୍ଟ ଥିବାରୁ ସମସ୍ତେ ଫିଲ୍ମଟି ଭଲ ହୋଇଥିବ ବୋଲି ଆଶା ରଖିଛନ୍ତି । ସେହିଭଳି ଏହି ଫିଲ୍ମରେ କମଲ ହାସନ ପାଖାପାଖି ୫୦ ବର୍ଷ ପରେ ନାଗ ଅଶ୍ୱିନଙ୍କ ସହ ଏକାଠି ନଜର ଆସିବେ । ଏହାକୁ ନେଇ ଉଭୟ କମଲ ଓ ଅଶ୍ୱିନ ମଧ୍ୟ ବେଶ ଉତ୍ସୁକ ଅଛନ୍ତି । ଦୀପିକା ମଧ୍ୟ ଏହି ଫିଲ୍ମକୁ ନେଇ ବେଶ ଆଶାବାଦୀ ରହିଛନ୍ତି, ଏହା ତାଙ୍କ କ୍ୟାରିୟରକୁ ଏକ ଭିନ୍ନ ମାଇଲେଜ ଦେବ ବୋଲି ସେ ମତ ଦେଇଛନ୍ତି ।

Tags: