ଟିଭି ଆଡିକଟେଡ୍‌ ପୋଷା ଜୀବ

ଅନେକ ସମୟରେ ସୋସିଆଲ ମିଡିଆରେ ପୋଷାଜୀବମାନେ ଟିଭି ଦେଖୁଥିବା ନଜରକୁ ଆସିଥାଏ । ଏହାକୁ ସମସ୍ତେ ମଜାକରେ ନେଇଥାଆନ୍ତି, ଏବଂ ଘରେ ଥିବା ପୋଷାଜୀବଙ୍କୁ ଟିଭି ଦେଖିବାକୁ ଅନୁମତି ମଧ୍ୟ ଦେଇଥାଆନ୍ତି । ହେଲେ ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ୟୁକେରେ ବର୍ତ୍ତମାନ ପୋଷାଜୀବମାନେ ଟିଭି ସହ ଆଡିକ୍ଟ ହୋଇ ସାରିଲେଣି । କୌଣସି ଖାଦ୍ୟ, ଖେଳନା ପ୍ରତି ନୁହେଁ ବରଂ ଟିଭି ପ୍ରତି ସେମାନଙ୍କର ଆଡିକ୍‌ସନ୍‌ ବଢିବାରେ ଲାଗିଛି । ତେବେ ଏହା ସେମାନଙ୍କ […]

Samaya Live Picture
Published On

ଅନେକ ସମୟରେ ସୋସିଆଲ ମିଡିଆରେ ପୋଷାଜୀବମାନେ ଟିଭି ଦେଖୁଥିବା ନଜରକୁ ଆସିଥାଏ । ଏହାକୁ ସମସ୍ତେ ମଜାକରେ ନେଇଥାଆନ୍ତି, ଏବଂ ଘରେ ଥିବା ପୋଷାଜୀବଙ୍କୁ ଟିଭି ଦେଖିବାକୁ ଅନୁମତି ମଧ୍ୟ ଦେଇଥାଆନ୍ତି । ହେଲେ ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ୟୁକେରେ ବର୍ତ୍ତମାନ ପୋଷାଜୀବମାନେ ଟିଭି ସହ ଆଡିକ୍ଟ ହୋଇ ସାରିଲେଣି । କୌଣସି ଖାଦ୍ୟ, ଖେଳନା ପ୍ରତି ନୁହେଁ ବରଂ ଟିଭି ପ୍ରତି ସେମାନଙ୍କର ଆଡିକ୍‌ସନ୍‌ ବଢିବାରେ ଲାଗିଛି । ତେବେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ ବୋଲି ଆଲୋଚନା ହେଉଛି । ଏଭଳି ପୋଷା ଜୀବଙ୍କୁ ବୈଜ୍ଞାନିକମାନେ ‘ଗୁଗୁଲ୍‌ବକ୍ସ ପେଟ୍ସ’ ବୋଲି ନାଁ ଦେଇଛନ୍ତି । ଏହି ସର୍ଭେରେ ୟୁକେର ପାଖାପାଖି ୨ ହଜାର ପୋଷାଜୀବଙ୍କର ମାଲିକ ଭାଗ ନେଇଥିଲେ । ସେମାନଙ୍କ ସୂଚନା ଅନୁଯାୟୀ ଅନେକ ସମୟରେ ମାଲିକମାନେ ଘର ଛାଡିବା ସମୟରେ ପୋଷାଜୀବଙ୍କୁ ଟିଭି ଆଗରେ ବସାଇ ଦେଇଥାଆନ୍ତି । ଏହି କାରଣରୁ ସେମାନେ ଟିଭି ଦେଖିବା ପାଇଁ ଆଡିକ୍ଟ ହୋଇଥିବା ଆକଳନ କରାଯାଉଛି । କେତେକ ପଶୁ ମାଲିକମାନଙ୍କ ସହିତ ଦେଖୁଥିବାବେଳେ କେତେକ ନିଜେ ଏକୁଟିଆ ମଧ୍ୟ ଦେଖିଥାଆନ୍ତି ।

Tags: