ପରମ୍ପରା ପ୍ରିୟ ପିସି

ପରମ୍ପରା ପ୍ରିୟ ପିସି
Ipsita Picture
By: Ipsita
Published On

 

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ କରୁଥିବାର ନଜର ଆସିଛନ୍ତି, ଯାହାପରେ ଫ୍ୟାନମାନେ ତାଙ୍କୁ ପରମ୍ପରା ପ୍ରିୟ ବୋଲି ଆଖ୍ୟା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ସେ ନିଜ ଝିଅ ମାଲତୀ ମେରୀଙ୍କୁ ଦୁର୍ଗା ସପ୍ତଶତୀ ମନ୍ତ୍ର ଶିଖାଉଥିବାର ଏକ ଭାବପୂର୍ଣ୍ଣ ଭିଡିଓ ଭାଇରାଲ ହୋଇଥିଲା । ତେବେ ସୂଚନା ଅନୁସାରେ ତାଙ୍କର ଆଗାମୀ ଭାରତୀୟ ଚଳଚ୍ଚିତ୍ର 'ବାରାଣସୀ'ର ସୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିବାପରେ ସେ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଥିଲେ । ଏପରିକି ସେ ମନ୍ଦିର ପରିସର ବାହାରେ ମଧ୍ୟ ଖାଲି ପାଦରେ ଚାଲୁଥିବାର ନଜର ଆସିଥିଲେ । ନିର୍ଦ୍ଦେଶକ ଏସ.ଏସ. ରାଜାମୌଳିଙ୍କ ଏହି ବହୁପ୍ରତୀକ୍ଷିତ ଆକ୍ସନ - ଆଡଭେଞ୍ଚର ଫିଲ୍ମ ମାଧ୍ୟମରେ ସେ ଦୀର୍ଘ ଦିନ ପରେ ଭାରତୀୟ ସିନେମାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏଥିରେ ସାଉଥ୍ ଷ୍ଟାର୍ ମହେଶ ବାବୁ ('ରୁଦ୍ର' ଭୂମିକାରେ) ଏବଂ ପୃଥ୍ବୀରାଜ ସୁକୁମାରନ୍ (ଖଳନାୟକ ଭୂମିକାରେ) ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମରେ ଜଣେ ଇତିହାସକାର ଓ କୁଶଳୀ ନିଶାଣବାଜ 'ମନ୍ଦାକିନୀ' ଚରିତ୍ରରେ ଅଭିନୟ କରୁଛନ୍ତି, ଯାହାର କାହାଣୀ ଏକ ପ୍ରାଚୀନ ମହାଜାଗତିକ କଳାକୃତିର ସନ୍ଧାନରେ ଆଫ୍ରିକା, ଆଣ୍ଟାର୍କଟିକା ଓ ଇଉରୋପ ପର୍ଯ୍ୟନ୍ତ ଗତିଶୀଳ ହେବ ଏବଂ ଏହା ୭ ଏପ୍ରିଲ ୨୦୨୭ରେ ପ୍ରେକ୍ଷାଳୟକୁ ଆସିବ । ମୁମ୍ବାଇ ପରେ ହାଇଦ୍ରାବାଦ ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବା ପ୍ରିୟଙ୍କାଙ୍କ ହାତରେ ହଲିଉଡର ସାଇନ୍ସ-ଫିକସନ୍ ଥ୍ରିଲର 'ବ୍ଲୁଫ୍ଲାଇ'  ପରି ବଡ଼ ପ୍ରୋଜେକ୍ଟ ମଧ୍ୟ ରହିଛି ।

Tags: