୨୭ ବର୍ଷ ପରେ ଏକାଠି

ଖୁବଶୀଘ୍ର ତେଲୁଗୁ ଫିଲ୍ମମେକର ତେଜ୍‌ ଉପପଲା ପତି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଜରିଆରେ ପାଖାପାଖି ୨୭ ବର୍ଷପରେ ପ୍ରଭୁ ଦେବା ଓ କାଜୋଲ ଏକାଠି କାମ କରିବେ । ଏହି ହାଇ ବଜେଟ୍‌ ଡ୍ରାମାରେ କାଜୋଲ ଓ ପ୍ରଭୁଦେବାଙ୍କ ସହିତ ନାସିରୁଦ୍ଦିନ ଶାହ ମଧ୍ୟ ନଜର ଆସିବେ । ଏହାପୂର୍ବରୁ ୧୯୯୭ରେ ତାମିଲ ଫିଲ୍ମ ମିଂସରା କାନାବୁରେ ଏକାଠି କାମ କରିଥିଲେ । ଏହି ଫିଲ୍ମଟି ହିନ୍ଦୀରେ ‘ସପନେ’ ଟାଇଟଲରେ ରିଲିଜ୍‌ […]

Samaya Live Picture
Published On

ଖୁବଶୀଘ୍ର ତେଲୁଗୁ ଫିଲ୍ମମେକର ତେଜ୍‌ ଉପପଲା ପତି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଜରିଆରେ ପାଖାପାଖି ୨୭ ବର୍ଷପରେ ପ୍ରଭୁ ଦେବା ଓ କାଜୋଲ ଏକାଠି କାମ କରିବେ । ଏହି ହାଇ ବଜେଟ୍‌ ଡ୍ରାମାରେ କାଜୋଲ ଓ ପ୍ରଭୁଦେବାଙ୍କ ସହିତ ନାସିରୁଦ୍ଦିନ ଶାହ ମଧ୍ୟ ନଜର ଆସିବେ । ଏହାପୂର୍ବରୁ ୧୯୯୭ରେ ତାମିଲ ଫିଲ୍ମ ମିଂସରା କାନାବୁରେ ଏକାଠି କାମ କରିଥିଲେ । ଏହି ଫିଲ୍ମଟି ହିନ୍ଦୀରେ ‘ସପନେ’ ଟାଇଟଲରେ ରିଲିଜ୍‌ ହୋଇଥିଲା । ଫିଲ୍ମଟିର ପ୍ରଥମ ସିଡୁ୍ୟଲ୍‌ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇ ସାରିଲାଣି । ଖୁବଶୀଘ୍ର ଏହାର ଟିଜର ରିଲିଜ୍‌ ହେବ ବୋଲି ମଧ୍ୟ ସୂଚନା ମିଳିଛି । ଫିଲ୍ମ ବିଷୟରେ ଜଣା ପଡିବା ପରେ ଉଭୟ କାଜୋଲ ଓ ପ୍ରଭୁଦେବାଙ୍କ ଫ୍ୟାନ ଖୁସି ଅଛନ୍ତି । ଫିଲ୍ମକୁ ନେଇ ପୁରା ୟୁନିଟ୍‌ ମଧ୍ୟ ଆଶାବାଦୀ ଅଛି । ଉଭୟଙ୍କର ଫିଲ୍ମ ସପନେକୁ ଦର୍ଶକ ବେଶ୍‌ ଭଲପାଇବା ଦେଇଥିଲେ, ତେଣୁ ଏହାକୁ ମଧ୍ୟ ସେତିକି ଭଲ ପାଇବା ମିଳିବ ବୋଲି ଟିମ୍‌ ଆଶା ରଖିଛି ।

Tags: