୨୦ ବର୍ଷ ପରେ ଏକାଠି
୨୦ ବର୍ଷ ତଳେ ବଡ ପରଦାରେ ଆଇକନିକ୍ ଯୋଡି ଭାବେ ଦର୍ଶକଙ୍କ ମନ ଜିଣୁଥିଲେ ଅକ୍ଷୟ କୁମାର ଏବଂ ରବୀନା ତଣ୍ଡନ । ରିଲ୍ରେ ଏକାଠି କାମ କରି ଉଭୟଙ୍କ ମଧ୍ୟରେ ରିଅଲ୍ରେ ପ୍ରଥମେ ପ୍ରେମ ଏବଂ କ୍ରମେ ଏହା ନିର୍ବନ୍ଧରେ ପରିଣତ ହୋଇଥିଲା । ମାତ୍ର କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଏହି ସମ୍ପର୍କ ବିଚ୍ଛେଦରେ ଶେଷ ହୋଇଥିଲା । ଯାହାଫଳରେ ଅନେକ ହିଟ୍ ଫିଲ୍ମରେ ଏକାଠି କାମ କରିସାରିଥିବା ଯୋଡିକୁ ଦର୍ଶକ ଆଉ ଦେଖିବାକୁ […]
୨୦ ବର୍ଷ ତଳେ ବଡ ପରଦାରେ ଆଇକନିକ୍ ଯୋଡି ଭାବେ ଦର୍ଶକଙ୍କ ମନ ଜିଣୁଥିଲେ ଅକ୍ଷୟ କୁମାର ଏବଂ ରବୀନା ତଣ୍ଡନ । ରିଲ୍ରେ ଏକାଠି କାମ କରି ଉଭୟଙ୍କ ମଧ୍ୟରେ ରିଅଲ୍ରେ ପ୍ରଥମେ ପ୍ରେମ ଏବଂ କ୍ରମେ ଏହା ନିର୍ବନ୍ଧରେ ପରିଣତ ହୋଇଥିଲା । ମାତ୍ର କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଏହି ସମ୍ପର୍କ ବିଚ୍ଛେଦରେ ଶେଷ ହୋଇଥିଲା । ଯାହାଫଳରେ ଅନେକ ହିଟ୍ ଫିଲ୍ମରେ ଏକାଠି କାମ କରିସାରିଥିବା ଯୋଡିକୁ ଦର୍ଶକ ଆଉ ଦେଖିବାକୁ ପାଇଲେ ନାହିଁ । ମାତ୍ର ବର୍ତ୍ତମାନ ଖବର ଆସିଛି ଏହି ଯୋଡିକୁ ଦର୍ଶକ ପୁଣିଥରେ ବିଗ୍ ସ୍କ୍ରିନ୍ରେ ଏକାଠି ଦେଖିବାକୁ ପାଇବେ । ୱେଲକମ ୩ ଜରିଆରେ ଉଭୟ ପୁନଶ୍ଚ ସ୍କ୍ରିନ୍ ସେୟାର କରିବେ । ୨୦୦୪ ପରଠାରୁ ଏହି ଯୋଡି ପରସ୍ପର ସହିତ କୌଣସି ଫିଲ୍ମରେ ବି କାମ କରିନଥିଲେ । ୱେଲକମର ଏହି ସିକେ୍ୱଲ୍ର ଟାଇଟେଲ୍ ରଖାଯାଇଛି ୱେଲକମ ଟୁ ଜଙ୍ଗଲ, ଯାହା ହେଉଛି ଏକ ଆଡଭେଞ୍ଚରିଅସ୍ କମେଡି ଫିଲ୍ମ । ଖୁବ୍ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଅକ୍ଷୟ ଏବଂ ରବୀନାଙ୍କୁ ଏହି ଫିଲ୍ମର ସ୍କ୍ରିପଫ ଖୁବ୍ ପସନ୍ଦ ଆସିଥିବାବେଳେ ଉଭୟ ଏହାକୁ ନେଇ ବେଶ୍ ଏକ୍ସାଇଟେଡ୍ ରହିଛନ୍ତି । ଫିରୋଜ ନାଦିଆୱାଲାଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମଟି ୨୦୨୪ ମସିହା ଖ୍ରୀଷ୍ଟମାସ ଅବସରରେ ପରଦାକୁ ଆସିବ । ସେପଟେ ଫିଲ୍ମର ଷ୍ଟାର୍କାଷ୍ଟରେ କିଛିଟା ପରିବର୍ତ୍ତନ କରାଯାଇଛି । ଏଥିରେ ଅନିଲ କପୁର ଓ ନାନା ପାଟେକରଙ୍କ ପରିବର୍ତ୍ତେ ସଞ୍ଜୟ ଦତ୍ତ ଏବଂ ପରେଶ ରାୱଲଙ୍କୁ ଫାଇନାଲ୍ କରାଯାଇଛି । ଏହାବାଦ୍ ସୁନୀଲ ସେଟ୍ଟୀ, ଲାରା ଦତ୍ତ, ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ ବୋଲି ମଧ୍ୟ ସୂଚନା ରହିଛି ।




