୧୭ ବର୍ଷ ପରେ ଏକାଠି
ନିକଟରେ ଫିଲ୍ମ ଖେଲ୍ ଖେଲ୍ର ସୁଟିଂ ସରିଛି । ଏଥିରେ ଦର୍ଶକ ଅକ୍ଷୟ କୁମାରଙ୍କୁ ଲିଡ୍ ରୋଲରେ ଦେଖିବାକୁ ପାଇବେ । ତେବେ ଏହି ଫିଲ୍ମରେ ୧୭ ବର୍ଷ ପରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ଅକ୍ଷୟ କୁମାର ଏବଂ ଫରଦିନ୍ ଖାନ୍ । ଉଭୟଙ୍କୁ ଆଗରୁ ୨୦୦୭ରେ ହେ ବେବି ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଉଭୟଙ୍କୁ ହେ ବେବିରେ କମେଡି କରୁଥିବାର ଦେଖିବାକୁ ମିଳିଥିଲା । ପୁଣିଥରେ ଉଭୟଙ୍କୁ କମେଡି କରୁଥିବାର ଦର୍ଶକ […]
ନିକଟରେ ଫିଲ୍ମ ଖେଲ୍ ଖେଲ୍ର ସୁଟିଂ ସରିଛି । ଏଥିରେ ଦର୍ଶକ ଅକ୍ଷୟ କୁମାରଙ୍କୁ ଲିଡ୍ ରୋଲରେ ଦେଖିବାକୁ ପାଇବେ । ତେବେ ଏହି ଫିଲ୍ମରେ ୧୭ ବର୍ଷ ପରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ଅକ୍ଷୟ କୁମାର ଏବଂ ଫରଦିନ୍ ଖାନ୍ । ଉଭୟଙ୍କୁ ଆଗରୁ ୨୦୦୭ରେ ହେ ବେବି ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଉଭୟଙ୍କୁ ହେ ବେବିରେ କମେଡି କରୁଥିବାର ଦେଖିବାକୁ ମିଳିଥିଲା । ପୁଣିଥରେ ଉଭୟଙ୍କୁ କମେଡି କରୁଥିବାର ଦର୍ଶକ ଦେଖିବାକୁ ପାଇବେ । ଏନେଇ ଜଣା ପଡିବା ପରେ ଉଭୟଙ୍କ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ସେହିଭଳି ଏହି ଫିଲ୍ମଟି ଭରପୂର ଏଣ୍ଟଟେନ୍ମେଣ୍ଟ ପ୍ୟାକେଜ୍ ହେବ । ଏଥିରେ ଅକ୍ଷୟଙ୍କ ସହିତ ତାପସୀ ପନ୍ନୁ ଓ ବାଣୀ କପୁର ନଜର ଆସିବେ । ଫିଲ୍ମଟିର ସୁଟିଂ ସରିସାରିଥିବା ବେଳେ ଫିଲ୍ମଟିର ରିଲିଜ୍ ଡେଟ୍ ଖୁବ ଶୀଘ୍ର ଘୋଷଣା ହେବ ବୋଲି ଜଣାପଡିଛି ।




