୧୧ ବର୍ଷପରେ ଏକାଠି
By: Ipsita
ସମ୍ବନ୍ଧିତ ଖବର ଝିଅଙ୍କ ଜୀବନ ସଂଘର୍ଷମୟ
ଦୀର୍ଘ ୧୧ ବର୍ଷପରେ ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ ଓ ସୁପରଷ୍ଟାର ରବି ତେଜାଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ଦକ୍ଷିଣ ଭାରତୀୟ ସିନେମାର ‘ମାସ ମହାରାଜା’ ଭାବେ ପରିଚିତ ରବି ତେଜାଙ୍କ ୭୭ତମ ଚଳଚ୍ଚିତ୍ର ‘ଇରୁମୁଡ଼ି’ ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି । ତେବେ ଏହି ପ୍ରୋଜେକ୍ଟରେ ଅଭିନେତ୍ରୀ ତମନ୍ନା ଭାଟିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଏହା ସତ ହୁଏ ତେବେ ୨୦୧୫ର ‘ବେଙ୍ଗଲ ଟାଇଗର’ ପରେ ଏହି ଯୋଡ଼ି ଦୀର୍ଘ ୧୧ ବର୍ଷ ପରେ ପୁଣିଥରେ ଏକାଠି ପରଦାକୁ ଫେରିବେ । ଶିବ ନିର୍ବାଣଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଭକ୍ତି, ବିଶ୍ୱାସକୁ ନେଇ ନିର୍ମାଣ କରାଯାଇଛି । ଯେଉଁଥିରେ ରବି ତେଜାଙ୍କୁ ପାରମ୍ପରିକ ଚରିତ୍ରରେ ଦେଖିବାକୁ ମିଳିବ । ଏହାର କାହାଣୀ ବାପା-ଝିଅଙ୍କ ସମ୍ପର୍କର ଝଲକ ମଧ୍ୟ ରହିଛି । ପ୍ରିୟା ଭବାନୀ ଶଙ୍କର ଓ ବେବି ନକ୍ଷତ୍ରାଙ୍କ ସମେତ ଅନେକ ନାମୀ କଳାକାର ଏହି ପ୍ରୋଜେକ୍ଟର ଅଂଶବିଶେଷ ଥିବା ଜଣା ପଡିଛି ।
ସମ୍ବନ୍ଧିତ ଖବର ଓସ୍କାର @ ୨୬
Tags:



