ଏକାଠି ଆସିବେ ଟାଇଗର-ଜାହ୍ନବୀ

ବି-ଟାଉନ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫ୍‌ଙ୍କୁ ପ୍ରଥମ ଥର ପାଇଁ ଜାହ୍ନବୀ କପୁରଙ୍କ ସହିତ ଅନ୍‌ସ୍କ୍ରିନ୍‌ ଦେଖିବାକୁ ମିଳିବ । ଫିଲ୍ମମେକର କରଣ ଜୋହରଙ୍କ ଅପ୍‌କମିଂ ଫିଲ୍ମ ଡେଡ୍‌ଲିରେ ଏହି ଦୁଇଷ୍ଟାର୍‌ ଏକାଠି ନଜର ଆସିବେ । ଏମାନଙ୍କ ସହିତ ବରୁଣ ଧୱନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ବରୁଣଙ୍କୁ ଏଥିରେ ଭିଲେନ୍‌ ଅବତାରରେ ଦର୍ଶକ ଦେଖିବାକୁ ପାଇବେ ଜୋର୍‌ଦାର ଚର୍ଚ୍ଚା ହେଉଛି । ଯାହାଫଳରେ ବି-ଟାଉନ୍‌ର ଲୋକପ୍ରିୟ ଆକଫରଙ୍କୁ […]

Samaya Live Picture
Published On

ବି-ଟାଉନ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫ୍‌ଙ୍କୁ ପ୍ରଥମ ଥର ପାଇଁ ଜାହ୍ନବୀ କପୁରଙ୍କ ସହିତ ଅନ୍‌ସ୍କ୍ରିନ୍‌ ଦେଖିବାକୁ ମିଳିବ । ଫିଲ୍ମମେକର କରଣ ଜୋହରଙ୍କ ଅପ୍‌କମିଂ ଫିଲ୍ମ ଡେଡ୍‌ଲିରେ ଏହି ଦୁଇଷ୍ଟାର୍‌ ଏକାଠି ନଜର ଆସିବେ । ଏମାନଙ୍କ ସହିତ ବରୁଣ ଧୱନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ବରୁଣଙ୍କୁ ଏଥିରେ ଭିଲେନ୍‌ ଅବତାରରେ ଦର୍ଶକ ଦେଖିବାକୁ ପାଇବେ ଜୋର୍‌ଦାର ଚର୍ଚ୍ଚା ହେଉଛି । ଯାହାଫଳରେ ବି-ଟାଉନ୍‌ର ଲୋକପ୍ରିୟ ଆକଫରଙ୍କୁ ଗୋଟିଏ ସ୍କ୍ରିନ୍‌ରେ ଏକାଠି ଦେଖିବା ଲାଗି ଫ୍ୟାନ୍ସ ବେଶ୍‌ ଏକ୍ସାଇଟେଡ୍‌ ହୋଇପଡ଼ିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ରାଜ ମେହେଟ୍ଟାଙ୍କ ହାତରେ ଥିବାବେଳେ ଅନୁରାଗ କଶ୍ୟପ ଏହାର କାହାଣୀକୁ ଲେଖିଛନ୍ତି । ଫିଲ୍ମଟି କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର୍‌ରେ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି ।

Tags: