ଧମକ ନା ଆଳ

ଧମକ ନା ଆଳ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପ୍ରକାଶରାଜଙ୍କ ଏଣ୍ଟ୍ରି

ନିକଟରେ ଅନେକ ସେଲିବ୍ରିଟିଙ୍କୁ ଜୀବନରୁ ମାରିଦେବାର ଧମକ ମିଳୁଛି । କାହାକୁ ଧମକ ମିଳୁଥିବାବେଳେ କାହା ଉପରେ ଆକ୍ରମଣ ମଧ୍ୟ ହେଉଛି । ତେବେ ସୋସିଆଲ ମିଡିଆରେ ଏହାକୁ ସେଲିବ୍ରିଟିଙ୍କର ପବ୍ଲିସିଟି ଷ୍ଟଣ୍ଟ ବୋଲି ଆଲୋଚନା ହେଉଛି । ଏହି ସବୁ ଧମକ ନିଜକୁ ଚର୍ଚ୍ଚାରେ ରଖିବାକୁ ସେଲିବ୍ରିଟିଙ୍କର ଆଳ ବୋଲି ଲୋକମାନେ ମତ ଦେଉଛନ୍ତି । ଏହି ତାଲିକାରେ ବଡବଡ ଅଭିନେତାଙ୍କ ଭିତରେ ସାମିଲ ହୋଇଛନ୍ତି ପଞ୍ଜାବୀ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ହିମାଂଶୀ ଖୁରାନା । ହିମାଂଶୀଙ୍କୁ କୁଖ୍ୟାତ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ  ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ହ୍ୟାରୀ ବକ୍ସର ନାମକ ଜଣେ ବ୍ୟକ୍ତି ହିମାଂଶୀଙ୍କୁ ଫୋନ କରି ୧୦ କୋଟି ଟଙ୍କାର  ଦାଦାବଟି ମାଗିବା ସହ ଟଙ୍କା ନଦେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଯାହା ପରେ ଅଭିନେତ୍ରୀ ଜଣକ ଭୟଭୀତ ହୋଇ ମୋହାଲିର ସୋହନା ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି। ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ବିଏନଏସର ଧାରା ୩୦୮(୪) ଏବଂ ୩୫୧(୩) ଅନ୍ତର୍ଗତ ମାମଲା ରୁଜୁ କରିବା ସହ କଲ୍ ଡିଟେଲ୍ସ ଆଧାରରେ ତଦନ୍ତକୁ ଜୋରଦାର କରିଛି।  ତେବେ ଘଟଣା ଯଦି ସତ ହୋଇଥାଏ ତେବେ ସାଙ୍ଘାତିକ ବୋଲି ମଧ୍ୟ ସୋସିଆଲ ମିଡିଆରେ ଆଲୋଚନା ହେଉଛି । ହିମାଂଶୀ 'ବିଗ୍ ବସ୍ ୧୩'ରେ ପ୍ରତିଯୋଗୀ ଭାବେ ଯୋଗଦେବା ପରେ  ସାରା ଦେଶରେ ଲୋକପ୍ରିୟ ହୋଇଥିଲେ ।

ସମ୍ବନ୍ଧିତ ଖବର ପସନ୍ଦ ଆସୁଛି କେମେଷ୍ଟ୍ରୀ

Tags: