ହ୍ରିତିକଙ୍କୁ କରୁଥିଲେ ଇର୍ଷା

ହ୍ରିତିକଙ୍କୁ କରୁଥିଲେ ଇର୍ଷା
Ipsita Picture
By: Ipsita
Published On

 

ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁର ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏକ ମତ ଦେଇଛନ୍ତି, ଯେଉଁଥିପାଇଁ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ମୃଣାଳ କହିଛନ୍ତି ଯେ, ସେ ଯେତେବେଳେ ହ୍ରିତିକ ରୋଶନଙ୍କ ସହ 'ସୁପର ୩୦' ଫିଲ୍ମର ସୁଟିଂ କରୁଥିଲେ, ସେତେବେଳେ ତାଙ୍କର ଏକ୍ସ ବଏଫ୍ରେଣ୍ଡ ତାଙ୍କୁ ନେଇ ବହୁତ ଅସୁରକ୍ଷିତ ମଣୁଥିଲେ। ହ୍ରିତିକଙ୍କ ପରି ହ୍ୟାଣ୍ଡସମ କଳାକାରଙ୍କ ସହ ମୃଣାଳ କାମ କରୁଥିବାରୁ ସେ ମଧ୍ୟ ଜିମ୍ ଯାଇ ପ୍ରାୟ ୧୫-୧୭ କିଲୋ ଓଜନ କମାଇଥିଲେ । ଯେତେବେଳେ ମୃଣାଳ ଏହାର କାରଣ ପଚାରିଥିଲେ, ସେ ହ୍ରିତିକଙ୍କ ସହ ପ୍ରତିଯୋଗିତା କରୁଥିବା ଉତ୍ତର ଦେଇଥିଲେ, ଯାହା ମୃଣାଳଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥିଲା । ସେବିଭଳି ମୃଣାଳଙ୍କର ବିବାହ ଧନୁଷଙ୍କ ସହ ହୋଇଥିବା ନେଇ ମଧ୍ୟ ମଝିରେ ଆଲୋଚନା ଚାଲିଥିଲା । ଏହାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ସେ ଯେବେ ବି ବିବାହ କରିବେ ସମସ୍ତେ ଜାଣିବେ ବୋଲି ମୃଣାଳ ମତ ଦେଇଛନ୍ତି ।

Tags: