ଦେବଦାସ ଚରିତ୍ର ପାଇଁ ଇଚ୍ଛା ଥିଲା
୨୦୦୨ରେ ରିଲିଜ୍ ହୋଇଥିବା ଫିଲ୍ମ ଦେବଦାସ ବ୍ଲକବଷ୍ଟର ହିଟ୍ ହୋଇଥିଲା । ଏଥିରେ ଚରିତ୍ର ଦେବଦାସ,ପାରୋ ଓ ଚନ୍ଦ୍ରମୁଖୀ ଆଜି ବି ଦର୍ଶକଙ୍କ ହୃଦୟରେ ଜୀବନ୍ତ । ଦେବଦାସ ଚରିତ୍ରରେ ଦର୍ଶକ ଶାହରୁଖ ଖାନଙ୍କୁ ଦେଖିଥିଲେ ଏବଂ ଖୁବ ଅଧିକ ଭଲ ପାଇବା ମଧ୍ୟ ଦେଇଥିଲେ । ସେହିଭଳି ଆଉ ଏକ ଚରିତ୍ର ଚୁନି ଲାଲରେ ଦର୍ଶକ ଜ୍ୟାକି ସ୍ରଫଙ୍କୁ ଦେଖିଥିଲେ । ତେବେ ନିକଟରେ ଏକ ସାକ୍ଷାତକାରରେ ମନୋଜ ବାଜପାୟୀ ଦେବଦାସ ଫିଲ୍ମକୁ ନେଇ କିଛି […]
୨୦୦୨ରେ ରିଲିଜ୍ ହୋଇଥିବା ଫିଲ୍ମ ଦେବଦାସ ବ୍ଲକବଷ୍ଟର ହିଟ୍ ହୋଇଥିଲା । ଏଥିରେ ଚରିତ୍ର ଦେବଦାସ,ପାରୋ ଓ ଚନ୍ଦ୍ରମୁଖୀ ଆଜି ବି ଦର୍ଶକଙ୍କ ହୃଦୟରେ ଜୀବନ୍ତ । ଦେବଦାସ ଚରିତ୍ରରେ ଦର୍ଶକ ଶାହରୁଖ ଖାନଙ୍କୁ ଦେଖିଥିଲେ ଏବଂ ଖୁବ ଅଧିକ ଭଲ ପାଇବା ମଧ୍ୟ ଦେଇଥିଲେ । ସେହିଭଳି ଆଉ ଏକ ଚରିତ୍ର ଚୁନି ଲାଲରେ ଦର୍ଶକ ଜ୍ୟାକି ସ୍ରଫଙ୍କୁ ଦେଖିଥିଲେ । ତେବେ ନିକଟରେ ଏକ ସାକ୍ଷାତକାରରେ ମନୋଜ ବାଜପାୟୀ ଦେବଦାସ ଫିଲ୍ମକୁ ନେଇ କିଛି ତଥ୍ୟ ରଖିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମରେ ମନୋଜଙ୍କୁ ମଧ୍ୟ ସଞ୍ଜୟ ଲିଲା ଭଂସାଲୀ ଅଫର ଦେଇଥିଲେ । ମନୋଜଙ୍କୁ ସଞ୍ଜୟ ଚୁନି ଲାଲ ଚରିତ୍ରର ଅଫର ଦେଇଥିଲେ, ହେଲେ ମନୋଜଙ୍କୁ ଦେବଦାସ ଚରିତ୍ର ଦରକାର ଥିଲା । ତେଣୁ ସେ ଏହି ଅଫରକୁ ସିଧା ସିଧା ମନା କରିଦେଇଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ମନୋଜ ଯେତେବେଳେ ଥିଏଟରରେ ଅଭିନୟ କରୁଥିଲେ ସେତେବେଳେ ଠାରୁ ସେ ଦେବଦାସ ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ରଖିଥିଲେ । ସେ ଦିଲ୍ଲୀପ କୁମାରଙ୍କର ଦେବଦାସ ଦେଖିଥିଲେ, ଯାହା ପରେ ଏହି ଚରିତ୍ର କରିବା ପାଇଁ ତାଙ୍କର ଆଗ୍ରହ ବଢିଥିଲା । ତେବେ ସେ ସଞ୍ଜୟ ଲିଲା ଭଂସାଲୀଙ୍କର ଫିଲ୍ମକୁ ନାଁ କହିଥିବାର ଅବଶୋଷ ତାଙ୍କର ଏବେ ମଧ୍ୟ ରହିଛି ବୋଲି ମନୋଜ ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।




