ଅଛନ୍ତି ଅନେକ ଭଲ ସାଙ୍ଗ

ଅଛନ୍ତି ଅନେକ ଭଲ ସାଙ୍ଗ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ନୂଆ ଫିଲ୍ମପାଇଁ ରେଡି

ନିକଟରେ ବରୁଣ ଧୱନ ଫ୍ୟାନଙ୍କ ସହିତ ଏକ ପ୍ରଶ୍ନ ଉତ୍ତର ସେସନ୍ କରିଥିଲେ, ଯେଉଁଥିରେ ସେ ଫ୍ୟାନଙ୍କର ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଭିଡିଓରେ ବରୁଣ ନିଜ ଇଣ୍ଡଷ୍ଟ୍ରୀ ବିଷୟରେ ମଧ୍ୟ କଥା ହୋଇଛନ୍ତି । ଇଣ୍ଡଷ୍ଟ୍ରୀରେ ତାଙ୍କର ଅନେକ ସାଙ୍ଗ ଅଛନ୍ତି ବୋଲି ସେ ଏହି ଭିଡିଓରେ କହିଛନ୍ତି । ତାଙ୍କର ଜାହ୍ମବୀ କପୁର, ଶ୍ରଦ୍ଧା କପୁର, କ୍ରିତି ସନନ୍ଙ୍କ ଭଳି କଳାକାରଙ୍କ ସହିତ ଖୁବ ଭଲ ଫ୍ରେଣ୍ଡସିପ ରହିଛି । ଇଣ୍ଡଷ୍ଟ୍ରୀରେ ଏଭଳି ଅନେକ କୋଷ୍ଟାର ଅଛନ୍ତି ଯାହା ସହିତ ସେ ଖୁବ ଭଲ ବଣ୍ଡ ସେୟାର କରନ୍ତି । ସମସ୍ତଙ୍କ ସହିତ ତାଙ୍କର ଭଲ ପଡିବା ସହିତ ଅଭିନୟ କରିବାକୁ ଭଲ ପାଇଥାଆନ୍ତି ବୋଲି ବରୁଣ ମତ ଦେଇଛନ୍ତି । ବରୁଣଙ୍କୁ ନିକଟରେ ସନି ସଂସ୍କାରୀ କି ତୁଲସୀ କୁମାରିରେ ଦେଖିବାକୁ ମିଳିଥିଲା । ଆଗକୁ ତାଙ୍କର ଅନେକ ପ୍ରୋଜେକ୍ଟ ଧାଡିରେ ରହିଛି ବୋଲି ବରୁଣ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର ଖ୍ରିଷ୍ଟାଲଙ୍କ ସମର୍ଥନ

Tags: