ହୋଟେଲ୍ ତାଜ୍ରେ ଥିଲେ ୱେଟର
ଥ୍ରି ଇଡିଅଟ୍ସରେ ଭାଇରସ୍ ରୋଲ୍ ହେଉ କିମ୍ବା ମୁନାଭାଇ ଏମ୍ବିବିଏସ୍ରେ ଡାକ୍ତର ରୋଲ୍, ଏ ସମସ୍ତ ଚରିତ୍ରକୁ ବମନ୍ ଇରାନି ସିଲଭର ସ୍କ୍ରିନ୍ରେ ଖୁବ୍ ସୁନ୍ଦର ଭାବେ ପ୍ରତିପାଦନ କରିଛନ୍ତି । ମାତ୍ର ଅଭିନୟରେ ପାଦ ଦେବା ପୂର୍ବରୁ ତାଙ୍କ ଜୀବନ ଖୁବ୍ କଷ୍ଟକର ରହିଥିଲା । ଏକ ଇରାନୀ ପାର୍ସୀ ପରିବାରରେ ୧୯୫୯ ଡିସେମ୍ବର ୨ରେ ବମନଙ୍କ ଜନ୍ମ ହୋଇଥିବାବେଳେ ଜନ୍ମର ୬ ମାସ ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପରିବାରର […]
ଥ୍ରି ଇଡିଅଟ୍ସରେ ଭାଇରସ୍ ରୋଲ୍ ହେଉ କିମ୍ବା ମୁନାଭାଇ ଏମ୍ବିବିଏସ୍ରେ ଡାକ୍ତର ରୋଲ୍, ଏ ସମସ୍ତ ଚରିତ୍ରକୁ ବମନ୍ ଇରାନି ସିଲଭର ସ୍କ୍ରିନ୍ରେ ଖୁବ୍ ସୁନ୍ଦର ଭାବେ ପ୍ରତିପାଦନ କରିଛନ୍ତି । ମାତ୍ର ଅଭିନୟରେ ପାଦ ଦେବା ପୂର୍ବରୁ ତାଙ୍କ ଜୀବନ ଖୁବ୍ କଷ୍ଟକର ରହିଥିଲା । ଏକ ଇରାନୀ ପାର୍ସୀ ପରିବାରରେ ୧୯୫୯ ଡିସେମ୍ବର ୨ରେ ବମନଙ୍କ ଜନ୍ମ ହୋଇଥିବାବେଳେ ଜନ୍ମର ୬ ମାସ ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ମା’ଙ୍କ ଉପରକୁ ଚାଲିଆସିଲା । ସିଙ୍ଗିଲ୍ ପ୍ୟାରେଣ୍ଟ ପାଇଁ ତାଙ୍କ ମା’ଙ୍କୁ ବି ଅନେକ କଥା ଶୁଣିବାକୁ ପଡୁଥିଲା । ତେବେ ପିଲାଦିନେ ସିନେମା ଆଧାରିତ ବହି କିଣିବାକୁ ଖୁବ୍ ପସନ୍ଦ କରୁଥିଲେ ବମନ୍ । ବୟସ ବଢିବା ସାଙ୍ଗକୁ ଖର୍ଚ୍ଚ ମଧ୍ୟ ବଢିଲା । ଯାହାଫଳରେ ୩୨ ବର୍ଷ ବୟସରେ ତାଜ୍ ହୋଟେଲ୍ରେ ଦୁଇବର୍ଷ ଧରି ୱେଟର କାମ କଲେ ବମନ । ଫଟୋଗ୍ରାଫି ପାଇଁ ସଉକ୍ ରଖିଥିବା ଏହି ଆକଟର ଟଙ୍କା ଜମା କରି କ୍ୟାମେରା କିଣିଥିଲେ । ଯେଉଁଥିରେ ସେ ସ୍ପୋର୍ଟ୍ସ ପିକଚର ଉଠାଇ ଖବରକାଗଜରେ ଛାପିବାକୁ ଦେଉଥିଲେ । ଏହି କ୍ରମରେ ଏକ ବିଦେଶୀ ମାଗାଜିନ୍କୁ ଫଟୋ ବିକ୍ରି କରି ଭଲ ଇନ୍କମ୍ ମଧ୍ୟ କରୁଥିଲେ । କ୍ରମଶଃ ଏହାକୁ ପେଶାରେ ବଦଳାଇ ଗୋଟିଏ ଷ୍ଟୁଡିଓ ଖୋଲିଲେ, ଯେଉଁଥିରେ ତାଙ୍କୁ କ୍ଷତି ସହିବାକୁ ପଡିଥିଲା । ଏହାର ଦୁଇବର୍ଷ ପରେ ଶ୍ୟାମକ୍ ଡାୱର ନାମକ ଜଣେ ବଲିଉଡ୍ କୋରିଓଗ୍ରାଫର୍ ତାଙ୍କ ଷ୍ଟୁଡିଓ ଆସି ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ । ଏହି କ୍ରମରେ ତାଙ୍କୁ ପ୍ରଥମେ ଏକ ପ୍ଲେ’ରେ ଆକ୍ଟିଙ୍ଗ କରିବାର ସୁଯୋଗ ମିଳିଲା, ଯାହା ଖୁବ୍ ଲୋକପ୍ରିୟ ହୋଇଥିଲା ଏବଂ ଦୀର୍ଘ ୧୪ ବର୍ଷ ପାଇଁ ସେ ଏକ ଥିଏଟରରେ ପ୍ଲେ କଲେ । ଏହାପରେ ପ୍ରଥମକରି ତାଙ୍କୁ ଏକ ସର୍ଟ ଫିଲ୍ମରେ ଅଭିନୟର ସୁଯୋଗ ମିଳିଲା । ଏଥିରେତାଙ୍କ ଅଭିନୟ ଦେଖି ମୁନାଭାଇ ଏମ୍ବିବିଏସ୍ର ଅଫର୍ ମିଳିଲା । ସେତେବେଳେ ତାଙ୍କୁ ୪୪ ବର୍ଷ ହୋଇଥିଲା । ଏହାର ସଫଳତା ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଅଭିନୟ ପାଇଁ ଚାନ୍ସ ମିଳିଲା । ଆକର୍ଷଣୀୟ ଅଭିନୟ ପାଇଁ ତାଙ୍କୁ ୪ଟି ଫିଲ୍ମଫେୟାର୍ ଆୱାର୍ଡ ମଧ୍ୟ ଦିଆଯାଇଛି ।




