କମବ୍ୟାକର ସତ

କମବ୍ୟାକର ସତ
Ipsita Picture
By: Ipsita
Published On

 

ବଲିଉଡ୍ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କର ନୂତନ ୱେବ୍ ସିରିଜ୍ 'ମୁସାଫିର କାଫେ'କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ଏକ ଚାଟ ଶୋରେ ତାଙ୍କର ଅଭିନୟରୁ ବିରତି ନେବା ଏବଂ ପୁଣି କାମକୁ ଫେରିବା ବିଷୟରେ ଏକ ରୋଚକ ଖୁଲାସା କରିଛନ୍ତି । ବିରତି ଘୋଷଣା କରିବା ପରେ ପରେ ତାଙ୍କର ତିନୋଟି ପ୍ରୋଜେକ୍ଟ ଆସିବା ବିଷୟରେ ବିକ୍ରାନ୍ତ କହିଥିଲେ ଯେ କ୍ରମାଗତ ୧୮ ଘଣ୍ଟା କାମ କରିବା, ପୁରସ୍କାର ଜିତିବା ଏବଂ ପୁଅର ଜନ୍ମ ପରେ ତାଙ୍କର ସମସ୍ତ ସ୍ମୃତି କେବଳ ଫୋନ୍ ଜରିଆରେ ହିଁ ସୀମିତ ରହିଯାଇଥିଲା । ଯାହା ତାଙ୍କୁ ଆଦୌ ଭଲ ଲାଗିନଥିଲା । ତାଙ୍କ ଅନୁପସ୍ଥିତିରେ ପୁଅ 'ପାପା' କହିବା, ଦାନ୍ତ ଉଠିବା ଏବଂ ଚାଲିବା ଶିଖିବା ଦେଖି ସେ ହୃଦୟଙ୍ଗମ କରିଥିଲେ ଯେ ପରିବାରଠାରୁ ଦୂରରେ ରହି ଏପରି ସଫଳତା ପାଇବାର କୌଣସି ଅର୍ଥ ନାହିଁ । ଯାହା ପାଇଁ ସେ ୭ ମାସ ଘରେ ସମୟ ବିତାଇଥିଲେ। ହେଲେ ପରେ ପୁଣି ଅଭିନୟକୁ ଫେରିବାର ନିଷ୍ପତ୍ତି ନେଇଥିଲେ । ସୂଚନାଯୋଗ୍ୟ, ଡିସେମ୍ବର ୨୦୨୪ରେ ବିକ୍ରାନ୍ତ ଅଭିନୟରୁ ବିରତି ନେବାର ଘୋଷଣା କରିଥିଲେ ମଧ୍ୟ ସେ 'ଆଁଖୋଁ କି ଗୁସ୍ତାଖିୟାଁ', 'ଓ ରୋମିଓ', 'ପ୍ରୀତମ ଆଣ୍ଡ ପେଡ୍ରୋ' ଏବଂ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଉପନ୍ୟାସ ଆଧାରିତ ୱେବ୍ ସିରିଜ୍ 'ମୁସାଫିର କାଫେ'ରେ ବେଦିକା ପିଣ୍ଟୋ ଓ ମହିମା ମାକୱାନାଙ୍କ ସହ ଅଭିନୟ କରିଛନ୍ତି ।

Tags: