ବଢୁଛି ସସ୍ପେନ୍ସ

ବଢୁଛି ସସ୍ପେନ୍ସ
Ipsita Picture
By: Ipsita
Published On

 

ଅନେକ ସମୟରେ ସେଲିବ୍ରିଟିମାନେ ନିଜ ଶୋକୁ ମାଇଲେଜ ଦେବାପାଇଁ ବିଭିନ୍ନ ପ୍ରକାର ପବ୍ଲିସିଟି ଷ୍ଟଣ୍ଟ ଆପଣାନ୍ତି । ସେହିଭଳି ଏକ ଷ୍ଟଣ୍ଟ କରି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଅନିଲ କପୁର । ସୂଚନା ଅନୁସାରେ ଅନିଲ କପୁରଙ୍କ ହାଇ-ଭୋଲଟେଜ୍ ଆକ୍ସନ ଥ୍ରୀଲର ସୋ '୨୪' ପୁଣି ଥରେ ଓଟିଟି ପ୍ଲାଟଫର୍ମ 'ଜିଓ ହଟଷ୍ଟାର'  ଜରିଆରେ ଦର୍ଶକଙ୍କ ପାଖକୁ ଫେରୁଛି । ତେବେ ଏହାକୁ ନେଇ ବର୍ତ୍ତମାନ ସସପେନ୍ସ ବଢିବାରେ ଲାଗିଛି । ନିକଟରେ ଅନିଲ କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜିଓ ହଟଷ୍ଟାରକୁ ଟ୍ୟାଗ୍ କରି ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଏଥିରେ ଜିଓ ହଟଷ୍ଟାରକୁ ସେମାନଙ୍କ ପାଖରେ ୨୪ ଘଣ୍ଟା ସମୟ ଅଛି, ନଚେତ୍ ସେ ମାମଲା ନିଜ ହାତକୁ ନେବେ ବୋଲି ଏକ ରହସ୍ୟମୟ ଚେତାବନୀ ଦେଇଛନ୍ତି । ତେବେ ଏହାକୁ ଶୋର ପ୍ରମୋସନର ଏକ ଅଂଶ ବୋଲି କୁହାଯାଉଛି । ଏହା ଅନିଲଙ୍କ ପ୍ରମୋସନାଲ ଷ୍ଟଣ୍ଟ ବୋଲି ଆଲୋଚନା ହେଉଛି । ସୂଚନା ଅନୁସାରେ ଆସନ୍ତା ଏପ୍ରିଲ ୨୪ ତାରିଖରୁ ଏହି ସୋର ଷ୍ଟ୍ରିମିଂ ଆରମ୍ଭ ହେବାକୁ ଯାଉଛି । ଏହା ହଲିଉଡର ଏକ ସିରିଜର ରିମେକ ଏବଂ ଏହାର ପୂର୍ବଭାଗକୁ ଦର୍ଶକ ଖୁବ ଭଲପାଇବା ଦେଇଛନ୍ତି ।

Tags: