ପାଞ୍ଚ ଦିନରେ ହୋଇଥିଲା ସୁଟିଂ

ନଭେମ୍ବର ୧ରେ ରିଲିଜ୍‌ ହୋଇଛି ମୋଷ୍ଟୱାଣ୍ଟେଡ୍‌ ଫିଲ୍ମ ଭୁଲଭୁଲେୟାଁ -୩ । କିଛି ଦିନ ପୂର୍ବରୁ ଏହାର ଗୀତ ଆମି ଜେ ତୋମାର ଝଲକ ଦର୍ଶକ ଦେଖିବାକୁ ପାଇଥିଲେ । ଭୁଲଭୁଲେୟାଁ ଫ୍ରାଞ୍ଚାଇଜ୍‌ର ଏହା ହେଉଛି ସବୁଠାରୁ ପପୁଲାର ଗୀତ, ଯାହା ଅନେକ ରେକର୍ଡ କରିଛି । ତେବେ ଚଳିତ ଭାଗରେ ଥିବା ଗୀତରେ ଦର୍ଶକ ମାଧୁରୀ ଓ ବିଦ୍ୟାଙ୍କର ଯୁଗଳବନ୍ଦୀ ଦେଖିବାକୁ ପାଇବେ । ସେହିଭଳି ଏହି ସୁନ୍ଦର ଗୀତଟି ମାତ୍ର ୫ ଦିନରେ ସୁଟିଂ […]

Samaya Live Picture
Published On

ନଭେମ୍ବର ୧ରେ ରିଲିଜ୍‌ ହୋଇଛି ମୋଷ୍ଟୱାଣ୍ଟେଡ୍‌ ଫିଲ୍ମ ଭୁଲଭୁଲେୟାଁ -୩ । କିଛି ଦିନ ପୂର୍ବରୁ ଏହାର ଗୀତ ଆମି ଜେ ତୋମାର ଝଲକ ଦର୍ଶକ ଦେଖିବାକୁ ପାଇଥିଲେ । ଭୁଲଭୁଲେୟାଁ ଫ୍ରାଞ୍ଚାଇଜ୍‌ର ଏହା ହେଉଛି ସବୁଠାରୁ ପପୁଲାର ଗୀତ, ଯାହା ଅନେକ ରେକର୍ଡ କରିଛି । ତେବେ ଚଳିତ ଭାଗରେ ଥିବା ଗୀତରେ ଦର୍ଶକ ମାଧୁରୀ ଓ ବିଦ୍ୟାଙ୍କର ଯୁଗଳବନ୍ଦୀ ଦେଖିବାକୁ ପାଇବେ । ସେହିଭଳି ଏହି ସୁନ୍ଦର ଗୀତଟି ମାତ୍ର ୫ ଦିନରେ ସୁଟିଂ ହୋଇଥିବା ଜଣା ପଡିଛି । ସେଟ୍‌ରେ ଗୀତର ସୁଟିଂ ସମୟରେ ସମସ୍ତେ ଖୁବ ବିମୋହିତ ହୋଇଥିଲେ ବୋଲି ଫିଲ୍ମ ସିନେମାଟୋ ଗ୍ରାଫର ମନୁ ଆନନ୍ଦ ମତ ଦେଇଛନ୍ତି । ଗୀତଟି ବଲିଉଡର ଦୁଇଜଣ ନାମକରା ଡ୍ୟାନ୍ସରକୁ ନେଇ ସୁଟିଂ ହୋଇଥିବାରୁ ସମସ୍ତେ ଏହାର ସୁଟିଂକୁ ଖୁବ ଉପଭୋଗ କରିଥିଲେ । ଗୀତଟି ଏଥର ମଧ୍ୟ ସୁପରହିଟ୍‌ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କୋରିଓ ଗ୍ରାଫର ଠାରୁ ଆରମ୍ଭ କରି ବ୍ୟାକ୍‌ ଡ୍ୟାନ୍ସର ସମସ୍ତେ ଏହି ଗୀତ ପାଇଁ ଖୁବ ପରିଶ୍ରମ କରିଛନ୍ତି, କାରଣ ନିଜେ ବିଦ୍ୟା ଓ ମାଧୁରୀ ଏହି ଗୀତ ପାଇଁ ଖୁବ ଅଧିକ ପରିଶ୍ରମ କରିଛନ୍ତି । ପୂରା ୟୁନିଟ୍‌ର ଆଶା ରହିଛି ଗୀତଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ।

Tags: