ଆରମ୍ଭ ହେଲା ସୁଟିଂ
ନିକଟରେ ଆଲିଆ ଭଟ୍ଟଙ୍କ ନୂଆ ପ୍ରୋଜେକ୍ଟ ନେଇ ଆନାଉନ୍ସମେଣ୍ଟ ହୋଇଥିଲା । ଆଲିଆଙ୍କୁ ଆଗକୁ ୱାଇ ଆର୍ ଏଫ୍ ସ୍ପାଏ ୟୁନିଭର୍ସ ଫିଲ୍ମ ଆଲ୍ଫାରେ ଦେଖିବାକୁ ମିଳିବ । ଏହା ଏକ ଆକସନ୍ ଥ୍ରିଲର ଫିଲ୍ମ ହେବ ଯାହାର ଲିଡ୍ରେ ଆଲିଆଙ୍କୁ ଦେଖିବାକୁ ମିଳିବ । ଏଥିପାଇଁ ଆଲିଆ ସୁଟିଂ ଆରମ୍ଭ କରି ସାରିଛନ୍ତି । ସୁଟିଂ ସେଟ୍ର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଭାଇରାଲ ହେବାପରେ ଆଲିଆଙ୍କ […]
ନିକଟରେ ଆଲିଆ ଭଟ୍ଟଙ୍କ ନୂଆ ପ୍ରୋଜେକ୍ଟ ନେଇ ଆନାଉନ୍ସମେଣ୍ଟ ହୋଇଥିଲା । ଆଲିଆଙ୍କୁ ଆଗକୁ ୱାଇ ଆର୍ ଏଫ୍ ସ୍ପାଏ ୟୁନିଭର୍ସ ଫିଲ୍ମ ଆଲ୍ଫାରେ ଦେଖିବାକୁ ମିଳିବ । ଏହା ଏକ ଆକସନ୍ ଥ୍ରିଲର ଫିଲ୍ମ ହେବ ଯାହାର ଲିଡ୍ରେ ଆଲିଆଙ୍କୁ ଦେଖିବାକୁ ମିଳିବ । ଏଥିପାଇଁ ଆଲିଆ ସୁଟିଂ ଆରମ୍ଭ କରି ସାରିଛନ୍ତି । ସୁଟିଂ ସେଟ୍ର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଭାଇରାଲ ହେବାପରେ ଆଲିଆଙ୍କ ଫ୍ୟାନମାନେ ବେଶ୍ ଏକ୍ସସାଇଟେଡ୍ ଅଛନ୍ତି । ତେବେ ଏହି ଫଟୋରେ ଯେଉଁ ଗେଟ୍ଅପ୍ରେ ଅଛନ୍ତି ତାହା ତାଙ୍କର ଫିଲ୍ମ ଲୁକ୍ ନୁହେଁ ବୋଲି ଆଲିଆଙ୍କ ସହିତ ଜଡିତ ଏକ ସୁତ୍ରରୁ ଜଣା ପଡିଛି । ସୂଚନା ଅନୁସାରେ ଆଲ୍ଫା ଫିଲ୍ମର ନିର୍ଦ୍ଦେଶନା ଶିବ ରୱାଲି ଦେଇଛନ୍ତି । ଏଥିରେ ଆଲିଆଙ୍କ ସହିତ ଶାରଭରି ୱାଗ୍ ଓ ବବି ଦେଓଲଙ୍କୁ ଦେଖିବାକୁ ମିଳିବ । ଆନିମଲ ପରେ ଏଥିରେ ମଧ୍ୟ ବବିଙ୍କୁ ନେଗେଟିଭ୍ ରୋଲରେ ଦେଖିବାକୁ ମିଳିବ । ବବି ଦେଓଲଙ୍କ ସିନ୍ର ସୁଟିଂ ଆଉ କିଛି ଦିନ ପରେ ଆରମ୍ଭ ହେବ ବୋଲି ଜଣା ପଡିଛି । ତେବେ ଏହି ଫିଲ୍ମର ରିଲିଜ୍ ଡେଟ୍ ନେଇ କୌଣସି ସୂଚନା ଏବେ ନାହିଁ ।




