ଆସୁଛି ନାୟକର ସିକୁଏଲ

ଆସୁଛି ନାୟକର ସିକୁଏଲ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଆକସନ କମେଡି କରିବେ ସଲମାନ

୨୦୦୧ରେ ରିଲିଜ ହୋଇଥିଲା ହିନ୍ଦୀ ଫିଲ୍ମ ନାୟକ । ଏଥିରେ ଦର୍ଶକ ଅନିଲ କପୁର, ରାଣୀ ମୁଖର୍ଜୀ ଓ ଅମରେଶ ପୁରୀଙ୍କୁ ଦେଖିଥିଲେ । ଫିଲ୍ମଟି ସେତେବେଳେ ସୁପରହିଟ ହୋଇଥିଲା । ଆଜି ବି ଫିଲ୍ମ ଦେଖିବାକୁ ଦର୍ଶକ ଆଗ୍ରହ ପ୍ରକାଶ କରିଥାଆନ୍ତି । ତେବେ ଏହି ଫିଲ୍ମର ସିକୁଏଲ ପାଇଁ ଅନେକ ସମୟରେ ଦାବି ହେଉଥିବାର ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏହି ଫିଲ୍ମର ସିକୁଏଲ ଆସିବାକୁ ଯାଉଥିବା ଜଣା ପଡିଛି, ଯାହା ଏହାର ଫ୍ୟାନଙ୍କ ପାଇଁ ବଡ ଖବର ପାଲଟିଛି । ସୂଚନା ଅନୁସାରେ ନିକଟରେ ଅନିଲ କପୁର ଏହି ଫିଲ୍ମର ସିକୁଏଲ ନିର୍ମାଣ କରିବାକୁ ଅଣ୍ଟା ଭିଡିଛନ୍ତି । ଫିଲ୍ମ ରିଲିଜର ୨୫ ବର୍ଷ ପରେ ଏହାର ସିକୁଏଲ ପ୍ରସ୍ତୁତ ହେବ, ତାହାକୁ ପୁଣି ନିର୍ମାଣ କରିବେ ନିଜେ ଅନିଲ କପୁର । ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ ଅନିଲ କପୁର ପ୍ରଯୋଜକ ଦିପକ ମୁକୁଟଙ୍କ ପାଖରୁ ଏହି ଫିଲ୍ମର ରାଇଟ୍ସ  କିଣିଛନ୍ତି । ଫିଲ୍ମଟି ଅନିଲ କପୁରଙ୍କ ହୃଦୟର ଖୁବ ନିକଟତର, ତେଣୁ ସେ ଏହି ଫିଲ୍ମର ସିକୁଏଲ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ଚର୍ଚ୍ଚା ହୋଇଛି । ଫିଲ୍ମଟିକୁ ସେତେବେଳେ ଦର୍ଶକ ଖୁବ ଭଲ ପାଇବାଦେଇଥିଲେ । ୨୦୧୩ରେ ଏହି ଫିଲ୍ମର ସିକୁଏଲ ଆସିବା ନେଇ ଆଲୋଚନା ହୋଇଥିଲା । ଏପରିକି ଫିଲ୍ମର ଟାଇଟଲ ମଧ୍ୟ ଫାଇନାଲ ହୋଇଥିଲା ଯାହାଥିଲା ନାୟକ ରିଟର୍ନ, ହେଲେ କୌଣସି କାରଣରୁ ଏହା ହୋଇ ପାରିନଥିଲା । ଏହାପରେ ୨୦୧୭ରେ ମଧ୍ୟ ଏ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା କିନ୍ତୁ ଏହା ମଧ୍ୟ ସଫଳ ହୋଇନଥିଲା । ତେବେ ବର୍ତ୍ତମାନ ଅନିଲ କପୁର ନିଜେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଦର୍ଶକ ଆଶା ରଖିଛନ୍ତି ଖୁବଶୀଘ୍ର ଫିଲ୍ମର ସିକୁଏଲ ନିର୍ମାଣ ନେଇ କାମ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର ଓ ମାଇ ଗଡରେ ରାଣୀ

Tags: