ବଦଳି ଯାଇଥିଲା ସ୍କ୍ରିପ୍ଟ

ବଦଳି ଯାଇଥିଲା ସ୍କ୍ରିପ୍ଟ
Ipsita Picture
By: Ipsita


ସମ୍ବନ୍ଧିତ ଖବର ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି

ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ସିକନ୍ଦର ଫ୍ଲପ ହେବାପରେ ମନଖୋଲି କଥା ହୋଇଛନ୍ତି ରଶ୍ମିକା ମନ୍ଦାନା । ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିବାପରେ ଏହାର କାରଣ ବଖାଣିଛନ୍ତି ନିଜେ ରଶ୍ମିକା । ତେବେ ଫିଲ୍ମର ଏଭଳି ଖରାପ ପ୍ରଦର୍ଶନ ପାଇଁ ରଶ୍ମିକା ପରୋକ୍ଷରେ ସ୍କ୍ରିପ୍ଟକୁ ଦାୟୀ କରିଛନ୍ତି । ରଶ୍ମିକା ମତରେ ତାଙ୍କୁ ଏକ ପ୍ରକାର ସ୍କ୍ରିପ୍ଟ ଶୁଣା ଯାଇଥିଲା ହେଲେ ପରେ ଆଉ ଏକ ପ୍ରକାରର କାହାଣୀକୁ ସୁଟିଂ କରାଯାଇଥିଲା । ସୁଟିଂ ଅଧାରେ ହିଁ ଫିଲ୍ମର ସ୍କ୍ରିପ୍ଟ ବଦଳିଯାଇଥିବା ରଶ୍ମିକା ପ୍ରକାଶ କରିଛନ୍ତି, ଯାହା ଫିଲ୍ମର ଫ୍ଲପ ହେବାରେ କିଛି ଅଂଶରେ ଦାୟୀ ବୋଲି ରଶ୍ମିକା ମତ ଦେଇଛନ୍ତି । ସେହିଭଳି ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ମୂରୁଗଦାସ ଫିଲ୍ମର ଭାଷା ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ସଲମାନ ଖାନଙ୍କୁ ଏଥିପାଇଁ ଦାୟୀ କରିଥିଲେ । ସେ ନିଜର ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ କି ବଡ ଷ୍ଟାରଙ୍କ ସହିତ କାମ କରିବା ସହଜ ନୁହେଁ । ଦିନର ସୁଟିଂ ରାତିରେ କରିବାକୁ ହୋଇଥାଏ । ସବୁବେଳେ ଷ୍ଟାରଙ୍କ ଟାଇମିଂ ହିସାବରେ ସୁଟିଂ ଆଡଜଷ୍ଟ କରିବାକୁ ହୋଇଥାଏ ।

ସମ୍ବନ୍ଧିତ ଖବର ଭୂମିଙ୍କ ନୂଆ ସିରିଜ

Tags: