ମିଳୁଥିଲା କମ ପାରିଶ୍ରମିକ
ନବେଦଶକର ହିଟ୍ ନାୟିକା ରବିନା ଟଣ୍ଡନ ନିଜର ସେତେବେଳେର ପାରିଶ୍ରମିକକୁ ନେଇ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତାଙ୍କ ସମୟରେ ନାୟିକାଙ୍କ ପାଖରେ ନା ଥିଲା ଅପସନ୍ ନା ସେମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିଲା । ସେମାନଙ୍କୁ ନିଜ ହିସାବରେ କିଛି ବି ମିଳୁନଥିଲା । ସେହିଭଳି ଏହି ସମୟରେ ନାୟିକାମାନେ ଏକାସଙ୍ଗରେ ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ ରୁ ୧୨ଟି ଫିଲ୍ମରେ ଏକାସଙ୍ଗେ ଅଭିନୟ କରୁଥିଲେ । ସେତେବେଳେ କେବଳ ହିରୋ ଓ […]
ନବେଦଶକର ହିଟ୍ ନାୟିକା ରବିନା ଟଣ୍ଡନ ନିଜର ସେତେବେଳେର ପାରିଶ୍ରମିକକୁ ନେଇ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତାଙ୍କ ସମୟରେ ନାୟିକାଙ୍କ ପାଖରେ ନା ଥିଲା ଅପସନ୍ ନା ସେମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିଲା । ସେମାନଙ୍କୁ ନିଜ ହିସାବରେ କିଛି ବି ମିଳୁନଥିଲା । ସେହିଭଳି ଏହି ସମୟରେ ନାୟିକାମାନେ ଏକାସଙ୍ଗରେ ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ ରୁ ୧୨ଟି ଫିଲ୍ମରେ ଏକାସଙ୍ଗେ ଅଭିନୟ କରୁଥିଲେ । ସେତେବେଳେ କେବଳ ହିରୋ ଓ ନିର୍ଦ୍ଦେଶକଙ୍କୁ ଫୋକସରେ ରଖାଯାଇ ଫିଲ୍ମ ପ୍ରସ୍ତୁତ କରାଯାଉଥିଲା । ସେ ସମୟରେ ଜଣେ ହିରୋ ଗୋଟିଏ ଫିଲ୍ମରୁ ଯେତିକି ଇନକମ କରୁଥିଲେ, ଜଣେ ହିରୋଇନଙ୍କୁ ୧୫ ରୁ ୧୬ ଫିଲ୍ମରୁ ସେତିକି ପାରିଶ୍ରମିକ ମିଳୁଥିବା ରବିନା ପ୍ରକାଶ କରିଛନ୍ତି । ତେଣୁ ସେତେବେଳେ ନାୟିକାଙ୍କର ପ୍ରତିଭା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉନଥିଲା । ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡୁଥିଲା । ତେବେ ବର୍ତ୍ତମାନର ସମୟ ବଦଳିଛି । ଏବେ ହିରୋଇନ୍ ମାନେ ହିରୋଙ୍କ ଠାରୁ ମଧ୍ୟ ଅଧିକ ଫିସ୍ ନେଉଛନ୍ତି । ନାରୀ କୈନ୍ଦ୍ରିକ ଫିଲ୍ମ ମଧ୍ୟ ତିଆରି ହେଉଛି, ଯେଉଁଠି ଲିଡ୍ରେ ନାୟିକାମାନେ ଅଭିନୟ କରୁଛନ୍ତି ।




