ପ୍ରେସର୍‌ ବଢାଉଛି ସୋସିଆଲ ମିଡିଆ

ଇମ୍ରାନ ହାସ୍‌ମୀ ବର୍ତ୍ତମାନ ନିଜର େୱବ୍‌ସିରିଜ୍‌ ‘ଶୋ ଟାଇମ୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ମୌନି ରୟଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ । ନିକଟରେ ଇମ୍ରାନ ନିଜର କ୍ୟାରିୟରକୁ ନେଇ ଏକ ସାକ୍ଷାତକାରରେ ମନ ଖୋଲି କଥା ହୋଇଛନ୍ତି । ବର୍ତ୍ତମାନର ଯୁଗକୁ ଇମ୍ରାନ ସୋସିଆଲ ମିଡିଆର ଯୁଗ ବୋଲି ସମ୍ବୋଧନ କରିଛନ୍ତି । ଏହି ସୋସିଆଲ ମିଡିଆ ଯୁଗରେ ଜଣେ ଆକଫର ଉପରେ କେତେ ପ୍ରେସର୍‌ ରହିଛି ସେ ନେଇ […]

Samaya Live Picture
Published On

ଇମ୍ରାନ ହାସ୍‌ମୀ ବର୍ତ୍ତମାନ ନିଜର େୱବ୍‌ସିରିଜ୍‌ ‘ଶୋ ଟାଇମ୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ମୌନି ରୟଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ । ନିକଟରେ ଇମ୍ରାନ ନିଜର କ୍ୟାରିୟରକୁ ନେଇ ଏକ ସାକ୍ଷାତକାରରେ ମନ ଖୋଲି କଥା ହୋଇଛନ୍ତି । ବର୍ତ୍ତମାନର ଯୁଗକୁ ଇମ୍ରାନ ସୋସିଆଲ ମିଡିଆର ଯୁଗ ବୋଲି ସମ୍ବୋଧନ କରିଛନ୍ତି । ଏହି ସୋସିଆଲ ମିଡିଆ ଯୁଗରେ ଜଣେ ଆକଫର ଉପରେ କେତେ ପ୍ରେସର୍‌ ରହିଛି ସେ ନେଇ ଇମ୍ରାନ୍‌ ଆଲୋଚନା କରିଛନ୍ତି । ଆଜିକାଲିର ପିଢି ଇଣ୍ଟରନେଟ୍‌ ବ୍ୟବହାରରେ ମାହିର ଯାହା ଆକଫରଙ୍କ ଉପରେ ମଧ୍ୟ ଅନେକ ପ୍ରେସର ପକାଉଛି ବୋଲି ସେ ମତ ଦେଇଛନ୍ତି । ବର୍ତ୍ତମାନ ଲୋକମାନେ ଅଧିକ ଜଜ୍‌ କରୁଛନ୍ତି, ତେଣୁ ସେଲିବ୍ରିଟିଙ୍କୁ କିଛି ବି କରିବା ପୂର୍ବରୁ ଅନେକ ଥର ଭାବିବାକୁ ପଡୁଛି ବୋଲି ସେ ତାଙ୍କ ସାକ୍ଷାତକାରରେ କହିଛନ୍ତି । ଆଜିକାଲି ଯେଉଁଠି ଯାହା ବି କଲେ ସଙ୍ଗେସଙ୍ଗେ ଏହା ସୋସିଆଲ ମିଡିଆ ସହାୟତାରେ ଲକ୍ଷଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ଯାଉଛି । ବେଳେବେଳେ ଲୋକ ସତ ନଜାଣି ମଧ୍ୟ ଜଜ୍‌ମେଣ୍ଟ୍‌ ଦେବା ଆରମ୍ଭ କରିଦେଉଛନ୍ତି, ଯାହା ଆକଫର୍‌ଙ୍କ ରିଲ୍‌ ତଥା ରିଅଲ ଲାଇଫ୍‌ ଉପରେ ପ୍ରଭାବ ପକାଉଛି ।

Tags: