ପୋଷ୍ଟର କହୁଛି କଥା
ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମାୟସା'ର ପୋଷ୍ଟର ରିଲିଜ କରି ଫିଲ୍ମ ମେକର୍ସଙ୍କ ପକ୍ଷରୁ ଶୁଭେଚ୍ଛା ଜଣା ଯାଇଛି । ରବୀନ୍ଦ୍ର ପୁଲ୍ଲେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଆକ୍ସନ-ଥ୍ରୀଲର ଫିଲ୍ମର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପୋଷ୍ଟରରେ ରଶ୍ମିକାଙ୍କ ଚେହେରା ଧୂଳି ଓ ରକ୍ତରେ ଭିଜିଥିବା ବେଳେ ତାଙ୍କୁ ଏକ ହଟକେ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହା ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ପାଲଟିବ ବୋଲି ମେକର୍ସ ଆଶା ରଖିଛନ୍ତି । ଏହି ପ୍ୟାନ୍ ଇଣ୍ଡିଆ ଫିଲ୍ମର କାହାଣୀ ଆଦିବାସୀ ଅଞ୍ଚଳ ଉପରେ ଆଧାରିତ ହୋଇଥିବା ବେଳେ ରଶ୍ମିକାଙ୍କୁ ଏକ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିବ । 'ମାୟସା' ବ୍ୟତୀତ ରଶ୍ମିକା ଆଗାମୀ ଦିନରେ ବଲିଉଡ ଫିଲ୍ମ 'କକଟେଲ ୨'ରେ ଶାହିଦ କପୁରଙ୍କ ସହ ଏବଂ ପିରିୟଡ୍ ଆକ୍ସନ ଡ୍ରାମା 'ରଣବାଲି'ରେ ନିଜ ସ୍ବାମୀ ତଥା ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ 'ଜୟମ୍ମା' ଭୂମିକାରେ ନଜର ଆସିବେ ।
Tags:



