ନିର୍ଯ୍ୟାତିତ ହେଉଛନ୍ତି ନୂଆ ଆର୍ଟିଷ୍ଟ

ନିର୍ଯ୍ୟାତିତ ହେଉଛନ୍ତି ନୂଆ ଆର୍ଟିଷ୍ଟ
Ipsita Picture
By: Ipsita
Published On

 

ପିକେ’, ‘କିଲ୍ ଦିଲ୍ଏବଂ ଶୁଭ ମଙ୍ଗଳ ଜ୍ୟାଦା ସାବଧାନ୍ଭଳି ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ଜଣାଶୁଣା ଅଭିନେତ୍ରୀ ମାନଭୀ ଗାଗ୍ରୁ କାଷ୍ଟିଂ କାଉଚ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । କ୍ୟାରିୟରର ପ୍ରାରମ୍ଭିକ ସମୟରେ ତାଙ୍କୁ 'କମ୍ପ୍ରୋମାଇଜ୍' କରିବା ପାଇଁ ୧ ଲକ୍ଷ ଟଙ୍କାର ଅଫର୍ ମିଳିଥିବା ଅଭିନେତ୍ରୀ ପ୍ରକାଶ କରିଛନ୍ତି । ନିକଟରେ ଏକ ପଡ୍କାଷ୍ଟରେ ନିଜର ସେହି ପୁରୁଣା ଅନୁଭବ ସମ୍ପର୍କରେ ସେ ମତ ରଖିଛନ୍ତି ।  ଇଣ୍ଡଷ୍ଟ୍ରିକୁ ନୂଆନୂଆ ଆସିଥିବାବେଳେ ଜଣେ କୋଅର୍ଡିନେଟରଙ୍କ ତରଫରୁ ତାଙ୍କୁ ଏକ ମେସେଜ୍ ଆସିଥିଲା, ଯେଉଁଥିରେ 'ବଜେଟ୍ ୧ ଲକ୍ଷ ଏବଂ ସାଙ୍ଗରେ କମ୍ପ୍ରୋମାଇଜ୍' ବୋଲି ଲେଖାଯାଇଥିଲା । ପ୍ରଥମେ ସେ ଏହାକୁ ବଜେଟ୍ କିମ୍ବା ଜିଏସଟି  ଜନିତ କୌଣସି ଆର୍ଥିକ କମ୍ପ୍ରୋମାଇଜ୍ ଭାବିଥିଲେ । ମାତ୍ର ପରେ ସନ୍ଦେହ ହେବାରୁ ସେ ନିଜ ସହ କାମ କରୁଥିବା ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କୁ ସେହି ମେସେଜ୍ ଦେଖାଇବା ପରେ ସେହି ବ୍ୟକ୍ତିଙ୍କୁ ବ୍ଲକ୍ କରିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ଘଟଣାକୁ ମନେ ପକାଇ ଅଭିନେତ୍ରୀଜଣକ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ଚଳଚ୍ଚିତ୍ର ଦୁନିଆରେ କୌଣସି ଗଡ୍ଫାଦର୍ ନଥାଇ ସଂଗ୍ରାମ କରୁଥିବା 'ନନ୍-ନେପୋ କିଡ୍ସ' ବା ବାହାରୁ ଆସୁଥିବା ନୂଆ କଳାକାରମାନଙ୍କ ସହ ପ୍ରାୟତଃ ଏଭଳି ଅପ୍ରୀତିକର ପରିସ୍ଥିତି ସଦାସର୍ବଦା ଘଟିଚାଲିଛି ।

Tags: